କଭର ନାଳ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ପାଇକନଗର ଅଞ୍ଚଳରେ ଏନ୍.ଏଚ. ଠାରୁ ପାଇକନଗର ଛକ, ରିନୋଲ୍ଟ ଶୋରୁମ ଏବଂ ମୁଣ୍ଡାସାହି ପର୍ଯ୍ୟନ୍ତ ପ୍ରାୟ ୪ କୋଟି ଟଙ୍କା ବ୍ୟୟ ଅଟକଳରେ କଭର ନାଳ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।ଏହି ଅବସରରେ ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି ଯେ,ନିର୍ବାଚନ ସମୟରେ ଏହି ଅଞ୍ଚଳ ବାସୀଙ୍କ ଏହା ଥିଲା ପ୍ରମୁଖ ଦାବି ତେଣୁ ଆଜି ପ୍ରତିଶୃତି ପୂରଣ ହୋଇଛି।କଭର ନାଳ ନିର୍ମାଣ କାର୍ଯ୍ୟରଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଭୁବନେଶ୍ୱର ମହାନଗର ନିଗମ ର ଉଭୟ ୱାର୍ଡ଼ ନଂ ୫୦ ଓ ୪୮ ପାଇକନଗର ଅଞ୍ଚଳର ଦୀର୍ଘଦିନର ଜଳ ନିଷ୍କାସନ ସମସ୍ୟାର ସମାଧାନ ହେବା ସହ ଯାତାୟାତ ବ୍ୟବସ୍ଥାର ଉନ୍ନତି ଏବଂ ପରିବେଶର ସୁଧାର ଘଟିବ। ବିକଶିତ ଏକାମ୍ର ଗଠନର ସଂକଳ୍ପକୁ ସାକାର କରିବା ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାଜିବ।ଜନସାଧାରଣଙ୍କ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ସହ ଉନ୍ନତ ଭିତ୍ତିଭୂମି ସୃଷ୍ଟି ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି।ଏକାମ୍ରବାସୀଙ୍କ ବିଶ୍ୱାସ ଓ ଆଶୀର୍ବାଦକୁ ପାଥେୟ କରି ଲୋକଙ୍କ ସେବା ଓ ସର୍ବାଙ୍ଗୀଣ ବିକାଶ ପାଇଁ ବିଜେପି ସରକାର ପ୍ରତିବଦ୍ଧ।ପ୍ରଗତି ପଥେ ଆମ ଏକାମ୍ର ନିର୍ବାଚନ ମଣ୍ଡଳୀ। ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ଅନେକ ଜନହିତକାରି, ଗରିବ କଲ୍ୟାଣକାରୀ, ଜନକଲ୍ୟାଣକାରୀ, ସର୍ବବ୍ୟାପି, ସର୍ବସ୍ପର୍ଶୀ ବିକାଶମୂଳକ କାର୍ଯ୍ୟ ରେ ଜନସାଧାରଣ ଉପକୃତ ହେଉଛନ୍ତି।ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା ।ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି ବୋଲି ବିଧାୟକ ଶ୍ରୀ ସିଂ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ୱାର୍ଡ ନଂ ୫୦ର କର୍ପୋରେଟର ରାମଚନ୍ଦ୍ର ରଣସିଂ, ୱାର୍ଡ ନଂ ୪୮ର କର୍ପୋରେଟର ସୁଚିତ୍ରା ପାତ୍ରଙ୍କ, ସ୍ଥାନୀୟ ନେତୃତ୍ୱ ଧିରେନ ପାତ୍ର, ରାଜେନ୍ଦ୍ର ଦାସ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ସ୍ଥାନୀୟ ଜନପ୍ରତିନିଧି ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ