କର୍ଣ୍ଣାଟକରେ ୪୪ ମୟୂର ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ତୁମାକୁରୁ ଜିଲାରେ ବହୁ ସଂଖ୍ୟକ ମୟୂରଙ୍କ ମୃତ୍ୟୁ ପରେ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି। ତଦନ୍ତରୁ ଏହି ମୟୂରଗୁଡ଼ିକ ଏଚ୫ଏନ୧ ବାର୍ଡ ଫ୍ଲୁ ଭାଇରସରେ ପ୍ରାଣ ହରାଇଥିବା ନିଶ୍ଚିତ ହୋଇଛି। ଫଳସ୍ୱରୂପ ସମଗ୍ର ଅଞ୍ଚଳରେ ଏକ ସତର୍କତା ଜାରି କରାଯାଇଛି। ଏହା ବ୍ୟତୀତ ସଂକ୍ରମଣକୁ ରୋକିବା ପାଇଁ, ପ୍ରଶାସନ ପ୍ରଭାବିତ ଅଞ୍ଚଳ ଚାରିପାଖରେ ଥିବା ୧୦ କିଲୋମିଟର ବ୍ୟାସାର୍ଦ୍ଧକୁ ଏକ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। ଅଧିକାରୀମାନେ କହିଛନ୍ତି ଯେ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଅନ୍ୟ ଅଞ୍ଚଳକୁ ଭାଇରସ ବ୍ୟାପିବାକୁ ରୋକିବା।

ରିପୋର୍ଟ ଅନୁଯାୟୀ ଏପ୍ରିଲ ୧୬ ତାରିଖରୁ ମୟୂରଙ୍କ ମୃତ୍ୟୁ ଘଟଣା ନିରନ୍ତର ସାମ୍ନାକୁ ଆସୁଛି। କ୍ଷେତ ଏବଂ ଖୋଲା ଅଞ୍ଚଳରେ ମୃତ ମୟୂର ଚିହ୍ନଟ ହେବା ପରେ, ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆଇସିଏଆର (ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜେସ) ପଠାଯାଇଥିଲା। ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ଭାବରେ ଜଣାପଡ଼ିଛି ଯେ ଏହା ବାର୍ଡ ଫ୍ଲୁ ମାମଲା। ଗୋଟିଏ ସପ୍ତାହ ମଧ୍ୟରେ ୪୪ ମୟୂରଙ୍କ ମୃତ୍ୟୁ ହୋଇଛି।
କେସାରାମାଡୁ, ହିରେହାଲ୍ଲି ଏବଂ ଗୁଲୁର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି। ଏହା ପରେ ପ୍ରଶାସନ ଏହି ଅଞ୍ଚଳଗୁଡ଼ିକରେ ନଜରକୁ ଜୋରଦାର କରିଛି। ବନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ପଶୁପାଳନ ବିଭାଗର ଦଳଗୁଡ଼ିକ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି।

ଅଧିକାରୀମାନେ କୁକୁଡ଼ା ଫାର୍ମ ପରିଚାଳନାକାରୀ ମାନଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଫାର୍ମରେ ସତର୍କତା ବୃଦ୍ଧି କରାଯାଇଛି ଏବଂ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ହସ୍ପିଟାଲଗୁଡ଼ିକୁ ହାଇ ଆଲର୍ଟରେ ରଖିଛି। ହସ୍ପିଟାଲଗୁଡ଼ିକୁ ପିପିଇ କିଟ୍, ମାସ୍କ, ଔଷଧ ଏବଂ ଡାଇଗ୍ନୋଷ୍ଟିକ୍ କିଟ୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ କେବଳ ଭଲ ଭାବରେ ରନ୍ଧା ଆମିଷ ଖାଇବାକୁ ପରାମର୍ଶ ଦେଇଛି। ଏହା ସହିତ କୌଣସି ପ୍ରକାରର ମୃତ ପକ୍ଷୀଙ୍କ ସଂସ୍ପର୍ଶରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଆଶ୍ୱସ୍ତିକର କଥା ହେଉଛି ଏପ୍ରିଲ ୨୩ ପରଠାରୁ ମୟୂରଙ୍କ ମୃତ୍ୟୁର କୌଣସି ନୂତନ ରିପୋର୍ଟ ହୋଇନାହିଁ।

  • Related Posts

    ନାଟୋକୁ ଟ୍ରମ୍ପଙ୍କ ଝଟକା : ଜର୍ମାନୀରୁ ୫୦୦୦ ସୈନ୍ୟ ପ୍ରତ୍ୟାହାର

    ୱାଶିଂଟନ: ୟୁରୋପରେ ନାଟୋକୁ ଆମେରିକା ଏକ ଝଟକା ଦେଇଛି। ଆମେରିକା ଶୁକ୍ରବାର ଘୋଷଣା କରିଛି ଯେ ସେ ତାର ନାଟୋ ସହଯୋଗୀ ଜର୍ମାନୀରୁ ୫୦୦୦ ସୈନ୍ୟ ପ୍ରତ୍ୟାହାର କରୁଛି। ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

    Continue reading
    ବିମାନ ଦୁର୍ଘଟଣାରେ ୫ଜଣ ଖେଳାଳି ମୃତ

    ୱାଶିଂଟନ୍: ଆମେରିକାର ଟେକ୍ସାସ ରାଜ୍ୟର ଏକ ହିଲ୍ କଣ୍ଟ୍ରି ଅଞ୍ଚଳରେ ଶୁକ୍ରବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଗଛକୁ ଧକ୍କା ଦେଇ ଦୁର୍ଘଟଣାର ସାମ୍ନା କରିଥିବା ବିମାନ ଖଣ୍ଡଖଣ୍ଡ ହୋଇଯାଇଛି। ଏହି ଦୁର୍ଘଟଣାରେ ୫ ଜଣ ଖେଳାଳିଙ୍କର ମୃତ୍ୟୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା