କର୍ତ୍ତବ୍ୟ ଭବନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀରେ କର୍ତ୍ତବ୍ୟ ଭବନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର କାମକୁ ଅଧିକ ସହଜ ଓ ସରଳ କରିବା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଗୁଡ଼ିକୁ ଗୋଟିଏ ଛାତ ତଳକୁ ଆଣିବା ପାଇଁ ସରକାର କରିଥିବା ଯୋଜନାର ଅଂଶବିଶେଷ ହେଉଛି କର୍ତ୍ତବ୍ୟ ଭବନ।

ବିଶାଳ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ନିର୍ମାଣ କରାଯାଉଥିବା ୧୦ଟି ସାମୂହିକ କେନ୍ଦ୍ରୀୟ ସେକ୍ରେଟେରିଏଟ(ସିସିଏସ) ବିଲଡିଂ ମଧ୍ୟରୁ ଗୋଟିଏ ହେଉଛି କର୍ତ୍ତବ୍ୟ ଭବନ-୩। ଏହାକୁ ଆଜି ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିଛନ୍ତି।ଏହି ବିରାଟ ବିଲଡିଂରେ ଅତ୍ୟାଧୁନିକ ଓ ଚକାଚକ କନ‍ଫରେନ୍ସ ରୁମ, ଅତ୍ୟାଧୁନିକ ଜିନିଷ ପତ୍ର ଓ ଚାରିଆଡ଼େ ସିସିଟିଭି ରହିଛି। ଏହି ବିଲଡିଂ ସ୍ୱରାଷ୍ଟ୍ର, ବୈଦେଶିକ ବ୍ୟାପାର, ଗ୍ରାମୀଣ ବିକାଶ, ଏମଏସ୍‌ଏମଇ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ନୂଆ ଘର ପାଲଟିଛି। ପ୍ରମୁଖ ବିଜ୍ଞାନ ଭିତ୍ତିକ ପରାମର୍ଶଦାତା(ପିଏସଏ)ଙ୍କ ଅଫିସ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ଏହି ବିଲଡିଂରେ ରହିଛି।ପରିବେଶକୁ ସୁହାଇଲା ଭଳି ବ୍ୟବସ୍ଥା କର୍ତ୍ତବ୍ୟ ଭବନରେ ହୋଇଛି। ଏଠାରେ ଡବଲ ଗ୍ଲାଜେଡ ଝରକା ଠାରୁ ଆରମ୍ଭ କରି ଛାତ ଉପରେ ସୋଲାର ପ୍ୟାନେଲ, ଅତ୍ୟାଧୁନିକ ହିଟିଂ, ଭେଣ୍ଟିଲେସନ, କୁଲିଂ ସିଷ୍ଟମ ଓ ବର୍ଷା ଜଳ ଅମଳ ପାଇଁ ବ୍ୟବସ୍ଥା କରାଯାଇଛି। ବିଲଡିଂରେ ଲାଗିଥିବା ସ୍ୱତନ୍ତ୍ର ଏଲଇଡି ଲାଇଟ ୩୦% ବିଜୁଳି ସଂରକ୍ଷଣରେ ସହାୟତା କରିବ। ସାମୂହିକ କେନ୍ଦ୍ରୀୟ ସେକ୍ରେଟେରିଏଟ ଯୋଜନା ମୋଦି ସରାକାର ଦାୟିତ୍ୱ ନେବା ପରେ ଆରମ୍ଭ କରିଥିଲେ। ବର୍ତ୍ତମାନ ବିଭିନ୍ନ ମନ୍ତ୍ରଣାଳୟ ୧୯୫୦ ଓ ୧୯୭୦ରେ ତିଆରି ହୋଇଥିବା ବିଲଡିଂ ଯଥା- ଶାସ୍ତ୍ରୀ ଭବନ, କୃଷି ଭବନ, ଉଦ୍ୟୋଗ ଭବନ ଓ ନିର୍ମାଣ ଭବନରେ କାର୍ୟ୍ୟ କରୁଛନ୍ତି। ସେଗୁଡ଼ିକୁ ଗୋଟିଏ ଛାତ ତଳକୁ ଆଣିବା ପାଇଁ ଏପରି ବ୍ୟବସ୍ଥା କରାଯାଉଛି। ତେବେ ବାଣିଜ୍ୟ ଭବନରେ ପୂର୍ବଭଳି ଶିଳ୍ପ ମନ୍ତ୍ରଣାଳୟ କାର୍ୟ୍ୟ କରିବେ। ଏହାକୁ ନୂଆ ବିଲଡିଂକୁ ଅଣାଯିବ ନାହିଁ। ଆଗାମୀ ଦିନରେ ଗୋଟିଏ ନୂଆ ପ୍ରଧାନମନ୍ତ୍ରୀ ଅଫିସ ଉଦଘାଟନ କରାଯିବ। ଏହା ନିର୍ବାହୀ ଏନକ୍ଲେଭ ଭାବେ ନାମିତ ହେବ। ସେହିପରି ପ୍ରଧାନମନ୍ତ୍ରୀଙ୍କ ନୂଆ ବାସଭବନ ମଧ୍ୟ ପୂରା ଦେଶ ଦେଖିବ।

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ