
ଭୁବନେଶ୍ୱର, ୩ ।୧୦ : ଖୁବ୍ଶୀଘ୍ର କଲେଜ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆଜି ତାରିଖ ଘୋଷଣା ହେବବୋଲି ଅନୁମାନ କରାଯାଉଥିଲା । ତେବେ ରାଜନୀତିକ କାରଣବଶତଃ ତାରିଖ ଘୋଷଣା ହୋଇପାରିନାହିଁ । ରବିବାର କିମ୍ବା ସୋମବାର କଲେଜ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇବ । ଦଶହରା ପୂର୍ବରୁ ନିର୍ବାଚନ ସରିବାର ପରମ୍ପରା ରହିଛି । ଆସନ୍ତା ୧୫ରେ ନିର୍ବାଚନ ହେବ ବୋଲି ଜାଣିବାକୁ ମିଳିଛି । ଏହାକୁ ନେଇ କ୍ୟାମ୍ପସରେ ଉଷ୍ମତା ପରିଲକ୍ଷିତ ହୋଇଛି । ଆଜି ଦିନ ସାରା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକମାନଙ୍କୁ ଧରି ବୈଠକ କରିଛନ୍ତି । ହାତରେ ଅଳ୍ପ ଦିନ ଥିବାରୁ ଛାତ୍ର ବିଜେଡ଼ି, ଛାତ୍ର କଂଗ୍ରେସ ଓ ଏବିଭିପି ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି । ୮ ବର୍ଷ ଧରି ନିର୍ବାଚନ ବନ୍ଦ ଥିବାବେଳେ ହଠାତ୍ ସରକାର ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।







