
ଭୁବନେଶ୍ୱର: ଜୀବନ ନେଉଛି କିଡନୀ ରୋଗ । ରାଜ୍ୟରେ ଗତ ୩ ବର୍ଷରେ କିଡନୀ ରୋଗରେ ୪୮୫୭ଜଣଙ୍କ ମୃତୁ୍ୟ ହୋଇଛି । ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଏହାଛଡ଼ା ସେ କହିଛନ୍ତି ଯେ ୧୫ ହଜାର ୭୫୨ କିଡନୀ ରୋଗୀରୁ ୧୦,୮୯୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ୬୮ଟି ଚିକିତ୍ସା କେନ୍ଦ୍ରରେ ୫୧୧ଟି ଡାଇଲିସିସି ଶଯ୍ୟାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି ।







