‘କୁଶା’ କ୍ଷେପଣାସ୍ତ୍ରର ସଫଳ ପ୍ରଥମ ଉଡ଼ାଣ ପରୀକ୍ଷା

ବାଲେଶ୍ବର : ଭାରତର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଦେଶ ଏକ ଐତିହାସିକ ସଫଳତା ହାସଲ କରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (DRDO) ପକ୍ଷରୁ ଗୁରୁବାର ଓଡ଼ିଶା ଉପକୂଳସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସ୍ୱଦେଶୀ ‘କୁଶା’ (ଦୂରଗାମୀ ବିଶିଷ୍ଟ ଭୂପୃଷ୍ଠରୁ ଆକାଶକୁ ମାର କରୁଥିବା କ୍ଷେପଣାସ୍ତ୍ରର ପ୍ରଥମ ଉଡ଼ାଣ ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ସଫଳ ପରୀକ୍ଷା ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି ବିକାଶ ଦିଗରେ ଏକ ବଡ଼ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି ।

ଏହି ପରୀକ୍ଷା ସମୟରେ ଉଚ୍ଚ ବେଗ ଓ ଉଚ୍ଚ ଉଚ୍ଚତାରେ ଉଡ଼ୁଥିବା ଶତ୍ରୁ ବିମାନର ଅନୁକରଣ କରୁଥିବା ଏକ ଇଲେକ୍ଟ୍ରୋନିକ୍ ଟାର୍ଗେଟ୍‌କୁ ଲକ୍ଷ୍ୟ କରାଯାଇଥିଲା। ‘କୁଶା’ କ୍ଷେପଣାସ୍ତ୍ର ସଫଳତାର ସହ ସେହି ଲକ୍ଷ୍ୟକୁ ଭେଦ କରି ନିଜର ଉନ୍ନତ କ୍ଷମତା ଓ ନିର୍ଭୁଲତାର ପ୍ରମାଣ ଦେଇଛି ।ଡିଆରଡିଓ ସୂଚନା ଅନୁସାରେ, ‘କୁଶା’ କ୍ଷେପଣାସ୍ତ୍ର ପ୍ରଣାଳୀ ଯୁଦ୍ଧ ବିମାନ, ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର, ମାନବବିହୀନ ବିମାନ (UAV) ଏବଂ ବଡ଼ ଆକାଶମାର୍ଗୀୟ ବିପଦ ସମେତ ବିଭିନ୍ନ ପ୍ରକାରର ଶତ୍ରୁ ଲକ୍ଷ୍ୟକୁ ଦୀର୍ଘ ଦୂରତା ଓ ବିଭିନ୍ନ ଉଚ୍ଚତାରେ ଚିହ୍ନଟ କରି ନିଷ୍କ୍ରିୟ କରିବାରେ ସକ୍ଷମ। ଏହି ଅତ୍ୟାଧୁନିକ ଅସ୍ତ୍ର ପ୍ରଣାଳୀର କ୍ଷେପଣାସ୍ତ୍ର, ରାଡାର, କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ସମେତ ସମସ୍ତ ଉପାଦାନ ଡିଆରଡିଓର ବିଭିନ୍ନ ପରୀକ୍ଷାଗାର ଓ ଦେଶୀୟ ଶିଳ୍ପ ସଂସ୍ଥାଙ୍କ ସହଯୋଗରେ ବିକଶିତ କରାଯାଇଛି।

ଏହି ସଫଳ ପରୀକ୍ଷା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓର ବୈଜ୍ଞାନିକ ଓ ସମ୍ପୃକ୍ତ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏଭଳି ଦୀର୍ଘ ପାଲ୍ଲା ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ବିକାଶ କରିବାର କ୍ଷମତା ବିଶ୍ୱର ହାତଗଣତି କେତେକ ଦେଶଙ୍କ ପାଖରେ ରହିଛି। ‘କୁଶା’ର ସଫଳ ପରୀକ୍ଷା ଭାରତକୁ ସେହି ଉନ୍ନତ ଦେଶମାନଙ୍କ ଶ୍ରେଣୀରେ ଆହୁରି ସୁଦୃଢ଼ ସ୍ଥାନ ଦେବ। ଏହା ଦ୍ୱାରା ଏଭଳି ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀ ପାଇଁ ବିଦେଶ ଉପରେ ନିର୍ଭରଶୀଳତା କମିବା ସହ ଦେଶର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ବଡ଼ ଶକ୍ତି ମିଳିବ ।

  • Related Posts

    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ…

    Continue reading
    ପେରୁରେ ପ୍ଲେନ୍ କ୍ରାସ୍‌, ୧୩ ମୃତ

    ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ହୁତୁ ହୁତ ହୋଇ ଜଳିଲା । ଚାଲିଗଲା ୧୩ ଜୀବନ । ପେରୁର ଦକ୍ଷଣ ଅଞ୍ଚଳ ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ