ମେଦବହୁଳ ସମସ୍ୟା
କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ ।
ହାୟପରକେଲେମିଆ
କଦଳୀରେ ପୋଟାସିୟମ ଅଶଂ ଅଧିକ ପରିମାଣରେ ଥାଏ। । ଯ଼ାହାଦ୍ୱାରା ହାର୍ଟବିଟ ଜନିତ ସମସ୍ୟା ଦେଖା ଦେଇଥାଏ। ତେଣୁ ହାୟପରକେଲେମିଆରେ ପୀଡ଼ିତ ଥିବା ରୋଗୀ କଦଳୀ ଖାଇବା କଥା ନୁହଁ।
ମାଇଗ୍ରେନ(ମୁଣ୍ଡବିନ୍ଧା) ସମସ୍ୟା
କଦଳୀରେ ଥିବା ଥାୟାମିନ ନାମକ ଏକ ଉପାଦାନ ମୁଣ୍ଡବିନ୍ଧା ସମସ୍ୟାକୁ ବଢାଇଥାଏ। ତେଣୁ ମାଇଗ୍ରେନ ସମସ୍ୟାରେ ପିଡ଼ୀତ ରୋଗୀ କଦଳୀ ଖାଇବା କଥା ନୁହଁ।
ମଧୁମେୟ ରେଗୀ
କଦଳୀରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ ଏବଂ ସୁଗାର ରହିଥାଏ। ଯ଼ାହାକୁ ଖାଇବା ଦ୍ୱାରା ଦେହରେ ସୁଗାର ପରିମାଣ ବଢିଯ଼ାଇଥାଏ ।
ଆଲର୍ଜି ସମସ୍ୟା
କଦଳୀ ଖାଇବା ଦ୍ୱାରା ଶରୀରରେ ଆଲର୍ଜି ଦେଖାଦେଇଥାଏ। , ଫଳସ୍ୱରୁପ ଦେହ କୁଣ୍ଡାଇହେବା ଓ ଶରୀର ନାଲି ପଡିଥାଏ। ତେଣୁ ଆଲର୍ଜି ସମସ୍ୟା ଥିଲେ କଦଳୀ ଖାଇବା କଥା ନୁହଁ।
କିଡନୀ ସମସ୍ୟା
କଦଳୀରେ ଥିବା ପୋଟାସିୟମ କିଡନୀ ଉପରେ ଅଧିକ ପ୍ରଭାବ ପକାଇଥାଏ।। ଯାହାଦ୍ୱାରା କିଡନି ସମସ୍ୟାକୁ ଦ୍ୱିଗୁଣିତ କରିଥାଏ।






