
କଟକ: ଆଜିରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ବୋର୍ଡ ପକ୍ଷରୁ କୁହାଯାଇଛି । ସନ୍ଧ୍ୟା ୬ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ ।
www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । ଯେଉଁ ଠାରେ ଇଣ୍ଟରନେଟ ସୁବିଧା ନଥିବ ,ନିଜର ମୋବାଇଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଜାଣି ପାରିବେ । ମୋବାଇଲ ମାଧ୍ୟମରେ ରେଜଲ୍ଟ ଜାଣିବାକୁ ହେଲେ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କଲେ ରେଜଲ୍ଟ ଜାଣିପାରିବେ ।ସନ୍ଧ୍ୟା ୬ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ ।
ସ୍କୁଲର ପ୍ରଧାନ ଶିକ୍ଷକ ମାନେ ସନ୍ଧ୍ୟା ୭ ପରେ ୱେବସାଇଟରୁ ଡାଉନଲୋଡ଼ କରିପାରିବେ । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ଷ୍ଟେଟ ଓପନ ସ୍କୁଲ ଏବଂ ମଧ୍ୟମା ଛାତ୍ରଛାତ୍ରୀ ମାନଙ୍କର ରେଜଲ୍ଟ ଆସନ୍ତାକାଲି(ଶୁକ୍ରବାର) ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।








