କେରଳମ୍‌ରେ ବଡ଼ ବିଜୟ ଅଭିମୁଖେ କଂଗ୍ରେସ

ନୂଆଦିଲ୍ଲୀ: କେରଳରେ ଭୋଟ୍ ଗଣତି ଆଗେଇ ଚାଲିଥିବା ବେଳେ ପ୍ରାରମ୍ଭରୁ ଆଗରେ ଥିବା କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ତା’ର ଦବଦବା ବଜାୟ ରଖିଛି। ଏବେ ୧୪୦ଟି ଯାକ ଆସନରେ ଭୋଟ୍ ଗଣତି ଚାଲିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୯୬ଟି ଆସନରେ ଆଗରେ ରହିଛି। ଏହା ସହିତ ଏହି ମେଣ୍ଟ ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ୍ ନମ୍ବର ଠାରୁ ବହୁତ ଆଗରେ ରହିଛି। ଏଠାରେ ମ୍ୟାଜିକ୍ ନମ୍ବର ୭୧ ରହିଥିବା ବେଳେ ଦଳ ତା’ଠାରୁ ୨୫ଟି ଆସନରେ ଆଗରେ ରହିଛି।ଶାସକ ସିପିଆଇ (ଏମ୍) ନେତୃତ୍ୱାଧୀନ ମେଣ୍ଟ ‘ଏଲ୍ଡିଏଫ’ ୪୨ଟି ଆସନରେ ଆଗରେ ରହିଛି। ବିଜେପି ମେଣ୍ଟ ମାତ୍ର ଗୋଟିଏ ଆସନରେ ଆଗରେ ରହିଥିବା ବେଳେ ଅନ୍ୟାନ୍ୟ ୨ଟି ଆସନରେ ଆଗରେ ରହିଛନ୍ତି। କେରଳମ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ପଛରେ ଚାଲିଛନ୍ତି। ସେ ‘ଧର୍ମଦାମ’ ଆସନରେ ପଛରେ ରହିଛନ୍ତି। ତାଙ୍କ ସହିତ ତାଙ୍କ କ୍ୟାବିନେଟ୍‌ର ୧୨ ଜଣ ମନ୍ତ୍ରୀ ମଧ୍ୟ ପଛରେ ଚାଲିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା କେରଳମ ବିଧାନସଭାର ବିରୋଧୀ ଦଳ ନେତା ଭିଡି ସତୀଶନ ଆଗରେ ରହିଛନ୍ତି। ସେ ପରବୂର ଆସନରେ ଆଗରେ ଚାଲିଛନ୍ତି।

  • Related Posts

    ଭବାନୀପୁରରେ ହାରିଲେ ମମତା

    ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଡବଲ ଝଟକା ଲାଗିଛି । ଗୋଟିଏ ପଟେ ତାଙ୍କ ସରକାରର ପତନ ହୋଇଥିବାବେଳେ ଅପରପକ୍ଷରେ ନିଜ ନିର୍ବାଚନମଣ୍ଡଳୀ ଭବାନୀପୁରରେ ବି ସେ ପରାଜୟର ସାମ୍ନା କରିଛନ୍ତି । ୧୮ତମ…

    Continue reading
    ବିଜୟ ହାରୁଛନ୍ତି ଶୁଣି ନିଜ ଗଳା କାଟିଲେ ଫ୍ୟାନ୍

    ଚେନ୍ନାଇ: ତାମିଲନାଡ଼ୁ ରାଜନୀତି ଓ ସିନେମା ଜଗତର ସମ୍ପର୍କ ଅତି ନିବିଡ଼, କିନ୍ତୁ କେତେବେଳେ ଏହି ଅନ୍ଧଭକ୍ତି ଜଣକର ଜୀବନ ନେଇପାରେ ତାହା କେହି କଳ୍ପନା କରିନଥିଲେ । ସୁପରଷ୍ଟାର୍ ଥାଲାପତି ବିଜୟଙ୍କୁ ନେଇ ଉଠିଥିବା ଏକ ଗୁଜବ ଯୋଗୁଁ ଜଣେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ