ଟିଏମସି ଗଡ଼ରେ ଆରଜି କର ପୀଡ଼ିତାଙ୍କ ମା’ ଆଗରେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜନାଦେଶ କ୍ଷମତାସୀନ ଟିଏମସି ବିପକ୍ଷରେ ଯିବାର ହାୱା ବହିବାରେ ଲାଗିଛି। ବିଧାନସଭାର ୨୯୩ଟି ଆସନରୁ ବିଜେପି ୧୫୦ଟି ଆସନରେ ଲିଡ କରୁଥିବା ବେଳେ ଟିଏମସି କେବଳ ୧୨୮ଟି ଆସନରେ ଆଗରେ ରହିଛି।ରାଜ୍ୟରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୭। ତେଣୁ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପିର ଲିଡ ଏହି ସଂଖ୍ୟାକୁ ଅତିକ୍ରମ କରି ନେଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ରୁ ୪ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି।

ଏହି ପ୍ରାରମ୍ଭିକ ଟ୍ରେଣ୍ଡରେ ଅନେକ କିଛି ଓଲଟପାଲଟ ହୋଇଯାଇଛି। ଟିଏମସର ଗଡ଼ ଭାବେ ପରିଚିତ ଏକାଧିକ ଆସନରେ ବିଜେପି ପ୍ରାର୍ଥୀମାନେ ଆଗେଇ ଚାଲିଛନ୍ତି। ଟିଏମସିର ଗଡ଼ ଭାବେ ପରିଚିତ ଭବାନୀପୁର ଆସନରେ ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଛରେ ପଡ଼ିଛନ୍ତି। ଏଠାରେ ବିଜେପିର ଶୁଭେନ୍ଦୁ ଅଧିକାରୀ ଲିଡ କରୁଛନ୍ତ। କିଛି ସମୟ ପାଇଁ ଲିଡ ହାସଲ କରିଥିଲେ। ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି। ମମତା ପ୍ରାୟ ୩ ହଜାରରୁ ଅଧିକ ଭୋଟରେ ପଛରେ ରହିଛନ୍ତି।
ଆଉ ଏକ ଚର୍ଚ୍ଚିତ ଆସନ ହେଉଛି ପନିହାଟ୍। ଏହା ମଧ୍ୟ ଟିଏମସିର ଗଡ଼। ଏଠାରେ ବିଜେପି ଆରଜି କର ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ମା’ଙ୍କୁ ପ୍ରାର୍ଥୀ କରିଥିଲା। ଆରଜି କର ପୀଡ଼ିତାଙ୍କ ମା’ ରତ୍ନା ଦେବନାଥ ମଧ୍ୟ ଏଠାରେ କମାଲ କରିଛନ୍ତି। ସେ ଟିଏମସି ଭେଟରାନ ତୀର୍ଥାଙ୍କର ଘୋଷଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଦେବନାଥ ଲିଡ କରୁଥିବା ବେଳେ ଶ୍ରୀ ଘୋଷ ଯଥେଷ୍ଟ ପଛରେ ରହିଛନ୍ତି।

ପନିହାଟରେ ଟିଏମସି ପାରମ୍ପରିକ ଭାବେ ଜିତି ଆସୁଥିଲା। ଟିଏମସିର ନିର୍ମଳ ଘୋଷ ଏଠାରେ ୨୦୧୧, ୨୦୧୬ ଓ ୨୦୨୧ରେ ଜିତିଥିଲେ। ହେଲେ ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲା ହାୱା ବଦଳାଇ ଦେଇଛି।
ଆରଜି କର ପୀଡ଼ିତାଙ୍କ ମା’ଙ୍କୁ ଏଠାରେ ପ୍ରାର୍ଥୀ କରି ବିଜେପି ମାଷ୍ଟରଷ୍ଟ୍ରୋକ ମାରିଥିଲେ। ଏବେ ସେ ବିଜୟ ହେବା ଦିଗରେ ଆଗେଇ ଚାଲିଛନ୍ତି।

  • Related Posts

    ଆଜି ସନ୍ଧ୍ୟାରେ ଧାମରାରୁ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

    ଧାମରା : ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଆଜି ସନ୍ଧ୍ୟା ୬.୨୫ମିନିଟ ସମୟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଆଜି ଏହା ଧାମରା ଠାରେ ଥିବା କଲାମ ଘାଟିରୁ ୪ନଂ ଲାଞ୍ଚପ୍ୟାଡ଼ରୁ ପରୀକ୍ଷଣ କରାଯାଇଥିଲା। ଏହା…

    Continue reading
    ମେ’ ୯ ତାରିଖରେ ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ

    ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଲର ନେତା ଭାବେ ନିର୍ବାଚିତ ହେବ। ପରେ ଆଗାମୀ ୯ତାରିଖ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ