କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି: କଂଗ୍ରେସ

ଭୁବନେଶ୍ବର: ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆନ୍ଧ୍ର ସରକାରଙ୍କ ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନୁପ୍ରବେଶ କରି ଆନ୍ଧ୍ର ସରକାର ଏହି ଅଞ୍ଚଳକୁ ହାତକୁ ନେବାକୁ ବସିଥିବା ବେଳେ ରାଜ୍ୟର ଡବଲ ଇଞ୍ଜିନ ସରକାର, ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ସଂପୂର୍ଣ୍ଣ ନିରବତା ସରକାରଙ୍କ ମୁଖା ଖୋଲି ଦେଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍‌ର ଅଧ୍ୟକ୍ଷ ଅରବିନ୍ଦ ଦାସ କହିଲେ, ଡବଲ ଇଞ୍ଜିନ ସରକାର ରାଜ୍ୟର ଜମି ଓ ଜନସାଧାରଣଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି। ଓଡ଼ିଆ ଅସ୍ମିତା ନାଁରେ ଆସିଥିବା ସରକାର ପୋଲାଭରମ, ଇଷ୍ଟକୋଷ୍ଟ ରେଲୱେ, ଏମ୍‌ଏମ୍‌ଡିଆର ଭଳି ପ୍ରସଙ୍ଗରେ ସଂପୂର୍ଣ୍ଣ ଚୁପ୍‌। ପିସିସି ସଭାପତି ଭକ୍ତଚରଣ ଦାସ କୋଟିଆ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ସରକାର ସଂପୂର୍ଣ୍ଣ ଏଡ଼ାଇ ଦେଇଛନ୍ତି। ମୁଖପାତ୍ର ରଜନୀ ମହାନ୍ତି କହିଲେ, କୋଟିଆରେ ଥିବା ମୂଲ୍ୟବାନ ଖଣିଜ ପଦାର୍ଥକୁ ଲୁଟ୍‌ କରିବା ପାଇଁ ଆନ୍ଧ୍ର ସରକାର ବାରମ୍ବାର ଅନୁପ୍ରବେଶ କରି ବିବାଦ ସୃଷ୍ଟି କରୁଛନ୍ତି।

୨୦୨୩ରେ କୋଟିଆ ଅଞ୍ଚଳରେ ଅନୁପ୍ରବେଶକୁ ବିଜେପିର ବରିଷ୍ଠ ନେତମାନେ ବିରୋଧ କରିଥିଲେ। ରାଜ୍ୟରେ କ୍ଷମତାକୁ ଆସିବା ପରେ କୋଟିଆ ପ୍ରସଙ୍ଗକୁ ନେଇ ସରକାର ସଂପୂର୍ଣ୍ଣ ଚୁପ। ଆନ୍ଧ୍ରର ଟିଡିପି ସରକାର ଏନ୍‌ଡିଏ ମେଣ୍ଟର ଏକ ବଡ଼ ଅଂଶୀଦାର ହୋଇଥିବାରୁ କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ମୁହଁ ଖୋଲିବାକୁ ଡରୁଛନ୍ତି। ନିଜ ରାଜ୍ୟର ଅଞ୍ଚଳ ଚାଲିଯାଉ କିିନ୍ତୁ କେନ୍ଦ୍ରରେ ମୋଦୀ ସରକାର ରହୁ ଏହି ନ୍ୟାୟରେ ମୋହନ ସରକାର ବୋଧେ ଚୁପ୍‌ ରହିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

  • Related Posts

    ପୂର୍ବଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ

    ଦେବଗଡ଼:ଦେବଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ପୂର୍ବଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶ୍ଚିମ ସମ୍ଭାଗ ସଂପାଦକ ତ୍ରିବିକ୍ରମ ଶତପଥି ମୁଖ୍ୟଅତିଥି, ସମ୍ବଲପୁର ବିଭାଗ ସଂଘଚାଳକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମୁଖ୍ୟବକ୍ତା ଭାବେ…

    Continue reading
    ଶ୍ରମିକ ମୃତ୍ୟୁ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ସହ ସହାୟତା ରା‌ଶି ଘୋଷଣା

    ଦେବଗଡ଼:ଅସୁସ୍ଥ ହୋଇ ଘରକୁ ଫେରିବା ପାଇଁ ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଟ୍ରେନ ଆସିବା ପୂର୍ବରୁ ଆସିଲା ମୃତ୍ୟୁ l ଚେନ୍ନାଇରଏଗମୋର ରେଲୱେ ଷ୍ଟେସନରେଶ୍ରମିକର ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତ ଶ୍ରମିକ ଦେବଗଡ଼ ଜିଲ୍ଲା ବାରକୋଟଥାନାରପୁରୁଣାବାରକୋଟ ଗ୍ରାମର ଧନଞ୍ଜୟ ବେହେରାଙ୍କଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି