କୋଲକାତାରେ ଆମେରିକା ବୈଦେଶିକ ସଚିବ

କୋଲକାତା: ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଆଜିଠାରୁ 4 ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଆମେରିକୀୟ ବୈଦେଶିକ ସଚିବ । ଦୀର୍ଘ 14 ବର୍ଷ ପରେ ଆମେରିକା ବୈଦେଶିକ ସଚିବ କୋଲକାତା ଗସ୍ତରେ ଆସିଛନ୍ତି ।

ଏକ ପୋଷ୍ଟରେ ଭାରତରେ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର କହିଛନ୍ତି, “ସଚିବ ମାର୍କୋ ରୁବିଓ କୋଲକାତାରେ ପହଞ୍ଚିଛନ୍ତି । ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ଆଜି ଆମେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବୁ । ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, QUAD ଏବଂ ଅନ୍ୟାନ୍ୟ ଅନେକ ବିଷୟ ଉପରେ ଆଗାମୀ କିଛି ଦିନ ମଧ୍ୟରେ ଆଲୋଚନା ହେବ ।”

ଏହା ପରେ ଅନ୍ୟ ଏକ X ପୋଷ୍ଟରେ ଆମେରିକା ରାଷ୍ଟ୍ରଦୂତ କହିଛନ୍ତି, “ମୋ ବନ୍ଧୁ ମାର୍କୋ ରୁବିଓଙ୍କୁ ଭାରତରେ ସ୍ୱାଗତ କରି ସମ୍ମାନିତ ଅନୁଭବ କରୁଛି । ଆମର ଆଗକୁ ଏକ ମହତ୍ୱାକାଂକ୍ଷୀ ଏଜେଣ୍ଡା ଅଛି । ଯେଉଁଥିରେ QUAD ବୈଦେଶିକ ମନ୍ତ୍ରୀ ବୈଠକ ମଧ୍ୟ ସାମିଲ ଅଛି ।”ଆମେରିକା ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ 2012 ମସିହାରେ କୋଲକାତା ଗସ୍ତରେ ଆସିଥିଲେ । ଏହାର ଦୀର୍ଘ 14 ବର୍ଷ ପରେ ବର୍ତ୍ତମାନ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ କୋଲକତା ଗସ୍ତରେ ଆସିଛନ୍ତି । କୋଲକାତାରେ ସେ ସେଣ୍ଟ ଟେରେସାଙ୍କ ମିଶନାରିଜ୍ ଅଫ୍ ଚ୍ୟାରିଟିର ହେଡ୍ କ୍ବାଟର ମଦର ହାଉସ ଓ ଚିଲଡ୍ରେନ୍ ହୋମ ଗସ୍ତରେ ଯିବେ ।

ରୁବିଓଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ:
ମାର୍କୋ ରୁବିଓ 4 ଦିନିଆ ଗସ୍ତରେ ମେ’ 23 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଆଗ୍ରା, ଜୟପୁର ଓ ନୂଆଦିଲ୍ଲୀ ଗସ୍ତରେ ଯିବେ । ଏହା ସହିତ Quad ଦେଶଙ୍କ ସହିତ ଶକ୍ତି ସମ୍ପର୍କରେ ଆଲୋଚନା କରିବେ । କୂଟନୈତିକ ଦୃଷ୍ଟିରୁ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ।

  • Related Posts

    ଆମେରିକୀୟ ସଂସଦ ନିମ୍ନ ସଦନରେ ଆମେରିକା-ଇରାନ ଯୁଦ୍ଧ ରୋକିବା ବିଲ୍ ପାରିତ

    ୱାଶିଂଟନ୍: ବୁଧବାର ଆମେରିକା ସଂସଦ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ’ରେ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ କ୍ଷମତା ପ୍ରସ୍ତାବ ପାରିତ ହୋଇଛି। ଟ୍ରମ୍ପଙ୍କ ନିଜ ଦଳ ରିପବ୍ଲିକାନର କିଛି ସାଂସଦ ବିରୋଧୀ ଡେମୋକ୍ରାଟ୍ସଙ୍କ ସହ ମିଶି ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି। ଇରାନ ବିରୋଧରେ…

    Continue reading
    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ