କ୍ରିକେଟର ଶିଖର ଧୱନଙ୍କୁ ଘାଣ୍ଟିଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସରେ ଟିମ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧୱନ। ବେଆଇନ ବେଟିଂ ଆପ୍‌ ମାମଲାରେ ଧୱନଙ୍କୁ ଜେରା ଆରମ୍ଭ କରିଛି ଇଡି। ବେଆଇନ ବେଟିଂ ଆପ୍‌ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଧୱନଙ୍କୁ ଇଡି ପକ୍ଷରୁ ସମନ କରାଯାଇଥିଲା। ସମନ ପାଇବା ପରେ ଆଜି ଦିନ ପ୍ରାୟ ୧୧ଟା ବେଳେ କେନ୍ଦ୍ରୀୟ ଦିଲ୍ଲୀରେ ଥିବା ଇଡି ଅଫିସରେ ଧୱନ ପହଞ୍ଚିଥିଲେ। ଏହାପରେ ଇଡିର ସ୍ୱତନ୍ତ୍ର ଟିମ ତାଙ୍କୁ ଜେରା ଆରମ୍ଭ କରିଛି।

ବେଆଇନ ବେଟିଂ ଆପ ୧xବେଟ୍‌ର ପ୍ରଚାର ପ୍ରସାର ଧୱନ କରିଥିଲେ। ତେଣୁ ଇଡି ଏବେ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଧୱନଙ୍କ ବୟାନ ରେକର୍ଡ କରାଯିବ। ୧xବେଟ୍‌ରେ ଧୱନଙ୍କ ଭୂମିକା କ’ଣ ଥିଲା? ସେ କେତେ ଟଙ୍କା ପାଇଥିଲେ? ସେସବୁ ବିଷୟରେ ଇଡି ଜାଣିବାକୁ ଚାହୁଁଛି। ଏହାପୂର୍ବରୁ ଗତ ମାସରେ ଅନ୍ୟତମ କ୍ରିକେଟର ସୁରେଶ ରାଇନାଙ୍କୁ ମଧ୍ୟ ଇଡି ୧xବେଟ୍‌ ଠକେଇ ମାମଲାରେ ଜେରା କରିଥିଲା।୧xବେଟ୍‌ ସାଧାରଣ ଲୋକଙ୍କୁ ବେଟିଂ ପାଇଁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଟଙ୍କା ହେରଫେର କରିଥିବା ଜଣାପଡ଼ିଛି। ଏଥିପାଇଁ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି। ଧୱନ ଓ ରାଇନାଙ୍କ ବ୍ୟତୀତ ଅନେକ ଚର୍ଚ୍ଚିତ କ୍ରିକେଟର ଏହି ଆପ୍‌ର ପ୍ରଚାର ପ୍ରସାର କରିଥିଲେ। ଆଗକୁ ସେମାନଙ୍କୁ ମଧ୍ୟ ଜେରା କରାଯିବାର ସମ୍ଭାବନା ରହିଛି।

ଭାରତରେ ୧xବେଟ୍‌ ବେଆଇନ ବେଟିଂ କାର୍ଯ୍ୟକଳାପରେ ଲିପ୍ତ ଥିଲା। ମନି ଲଣ୍ଡରିଂ, ଟିକସ ଫାଙ୍କିବା ଓ ଆଲୋଗରଦିମରେ ହେରଫେର କରିବା ଭଳି କାମରେ ୧xବେଟ୍‌ ସାମିଲ ଥିବା ଇଡି ଜାଣିବାକୁ ପାଇଛି।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ