ଶ୍ରେୟସ ଆୟର ଭାରତୀୟ ଏ ଟିମର ଅଧିନାୟକ ନିଯୁକ୍ତ

ସେପ୍ଟେମ୍ବର ୯ରୁ ଏସିଆ କପ ଆରମ୍ଭ ହେବ। ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏସିଆ କପ ସ୍କ୍ୱାଡରୁ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ବାଦ ଦିଆଯିବାରୁ ଏହାକୁ ନେଶ ବିବାଦ ହୋଇଥିଲା। ଶ୍ରେୟସ ଆୟରଙ୍କୁ ବିସିସିଆଇ କାହିଁକି ଟି-୨୦ ସ୍କ୍ୱାଡରୁ ବାଦ ଦେଲା ବୋଲି ପ୍ରଶ୍ନ ଉଠାଇଥିଲେ କ୍ରିକେଟ ପଣ୍ଡିତ।

କିନ୍ତୁ ଏସବୁ ଭିତରେ ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ୱ ଦେଇଛି ବିସିସିଆଇ। ଭାରତୀୟ ଏ ଟିମର ଅଧିନାୟକ ଭାବେ ଶ୍ରେୟସ ଆୟର ନିଯୁକ୍ତି ପାଇଛନ୍ତି। ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ୧୫ ଜଣିଆ ଇଣ୍ଡିଆ ଏ ଟିମର ନେତୃତ୍ୱ ଶ୍ରେୟସ ଆୟର ନେବେ। ଭାରତ ଏ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ୨ଟି ୪ ଦିନ ବିଶିଷ୍ଟ ମ୍ୟାଚ୍‌ ଲକ୍ଷ୍ନୌରେ ଖେଳାଯିବ। ଏଥିପାଇଁ ଆୟରଙ୍କ ନେତୃତ୍ୱରେ ଭାରତୀୟ ଏ ଟିମର ଘୋଷଣା କରାଯାଇଛି।ଏହି ସିରିଜ ସେପ୍ଟେମ୍ବର ୧୬ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ କେଏଲ ରାହୁଲ ଓ ମହମ୍ମଦ ସିରାଜ ଖେଳିବେ ନାହିଁ। କିନ୍ତୁ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେଉଥିବା ଦ୍ୱିତୀୟ ମ୍ୟାଚ୍‌ରେ ଉଭୟ ସ୍କ୍ୱାଡରେ ସାମିଲ ହେବେ। କିନ୍ତୁ ଆୟର ଉଭୟ ମ୍ୟାଚ୍‌ରେ ଦଳର କମାଣ ସମ୍ଭାଳିବେ।ଏବେ ଶ୍ରେୟସ ଆୟର ଦୁଲୀପ ଟ୍ରଫି ସେମି ଫାଇନାଲ ପାଇଁ ୱେଷ୍ଟ ଜୋନ ପାଇଁ ଖେଳୁଛନ୍ତି। ବେଙ୍ଗାଲୁରୁରେ ସେଣ୍ଟ୍ରାଲ ଜୋନ ବିପକ୍ଷରେ ଏହି ମ୍ୟାଚ୍‌ ହେବ। ଆୟରଙ୍କ ନେତୃତ୍ୱରେ ଘୋଷଣା ହୋଇଥିବା ଇଣ୍ତିଆ ଏ’ ଉଭୟ ଅଭିଜ୍ଞ ଓ ଯୁବ ପ୍ରତିଭାଙ୍କୁ ସୁଯୋଗ ମିଳିଛି। ଟିମରେ ଧ୍ରୁବ ଜୁରେଲ ଉପ ଅଧିନାୟକ ଓ ୱିକେଟ କିପର ଭୂମିକାରେ ରହିବେ। ଦଳରେ ଓପନର ବ୍ୟାଟର ଅଭିମନ୍ୟୁ ଈଶ୍ୱରନ ଓ ଦେବଦତ୍ତ ପାଡିକ୍କଲ ରହିଛନ୍ତି। ଏମାନଙ୍କ ସହ ସାଇ ସୁଦର୍ଶନ ଓ ଆୟୁଷ ବଦୋନିଙ୍କୁ ମଧ୍ୟ ସ୍କ୍ୱାଡରେ ରଖାଯାଇଛି।

ବୋଲିଂ ବିଭାଗର ଦାୟିତ୍ୱ ପ୍ରସିଦ୍ଧ କ୍ରିଷ୍ଣା ଓ ଖଲୀଲ ଅହମଦଙ୍କ କାନ୍ଧରେ ରହିବ। ଉଭୟଙ୍କୁ ସହାୟତା କରିବାକୁ ହର୍ଷ ଦୁବେ, ତନୁଷ କୋଟିଆନ ଓ ମାନବ ସୁତାର ରହିଛନ୍ତି। ଇଣ୍ତିଆ ଏ ଟିମରେ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଓ ଲେଗ ସ୍ପିନର ଗୁରନୁର ବ୍ରାରଙ୍କୁ ରଖାଯାଇଛି।

ଦ୍ୱିତୀୟ ୪ ଦିନିଆ ମ୍ୟାଚ୍‌ ବେଳକୁ ଏହି ସ୍କ୍ୱାଡ ସହ ଅଭିଜ୍ଞ କେଏଲ ରାହୁଲ ଓ ମହମ୍ମଦ ସିରାଜ ସାମିଲ ହେବେ। ଦୁଇଟି ଯାକ ମ୍ୟାଚ୍‌ ଲକ୍ଷ୍ନୌରେ ହିଁ ଖେଳାଯିବ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ