କ୍ୟାବିନେଟ: ‘ସ୍ବଚ୍ଛ ଓଡିଶା’ ପାଇଁ ୧୬୦୦ କୋଟି

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଏଥିରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସ୍ଵଚ୍ଛତା ପାଇଁ ରାଜ୍ୟରେ ବିଭିନ୍ନ କାର୍ୟ୍ୟକ୍ରମ ଚାଲିଛି । ଯାହା ମୁଖ୍ୟତଃ ବର୍ଜ୍ୟବସ୍ତୁ ପରିଚାଳନା ଓ ବର୍ଜ୍ୟଜଳ ପରିଚାଳନା ଉପରେ ପର୍ୟ୍ୟବେସିତ । କାର୍ୟ୍ୟକାରୀ ହେଉଥିବା ଏହି ସମସ୍ତ ରାଜ୍ୟ ଯୋଜନା କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବ୍ୟବହୃତ ଜଳ ପରିଚାଳନା, ସହରାଞ୍ଚଳ ସେପ୍ଟେଜ ସିଷ୍ଟମ ଗୁଡିକର ସମନ୍ଵୟ ଓ ଏକତ୍ରିକରଣ ଦ୍ବାରା ସୁଚାରୁ ରୂପେ କାମ କରିବା ପାଇଁ ‘ସ୍ବଚ୍ଛ ଓଡ଼ିଶା’ ନାମକ ଏକ ନୂଆ ଯୋଜନା ତିଆରି କରାଯାଇଛି । ଏହା ଫଳରେ ଯୋଜନାର କାର୍ୟ୍ୟକାରୀତା ସହ ଆର୍ଥିକ ଅନୁଦାନ ପ୍ରଦାନ ଓ ପରିଚାଳନା ସହଜରେ ହୋଇପାରିବ । ସମସ୍ତ ସହରାଞ୍ଚଳକୁ ବର୍ଜ୍ୟମୁକ୍ତ ଓ ସ୍ଵଚ୍ଛ ଏବଂ ପୌରସଂସ୍ଥାଙ୍କୁ ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇ ଦେବା ସହ ପରିମଳର ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବାରେ ସାହାଯ୍ୟ କରିବା । ‘ସ୍ବଚ୍ଛ ଓଡିଶା’ ଯୋଜନାରେ ଆର୍ଥିକ ବର୍ଷ ୨୦୨୫-୨୬ରୁ ୨୦୨୯-୩୦ ପାଇଁ ୧୬୦୦ କୋଟି ଟଙ୍କା ଅନୁମୋଦନ ହୋଇଛି ।

  • Related Posts

    ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ – ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଏହି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ବୋଲି କଟକ ଜିଲ୍ଲାର ସୁନ୍ଦରଗ୍ରାମରେ ଅବସ୍ଥିତ ସୁନ୍ଦରଗ୍ରାମ ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ…

    Continue reading
    ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ