କ୍ୟାବିନେଟ୍: ନ୍ତଃ ନଦୀ ଜଳାଶୟ ଯୋଜନା ପାଇଁ ୧୯,୯୪୧ କୋଟି ମଞ୍ଜୁର

ଭୁବନେଶ୍ୱର: ରାଜ୍ୟରେ ଜଳ ଚାହିଦା ପୂରଣ ଓ ଭୂପୃଷ୍ଠ ଜଳ ସଂରକ୍ଷଣ ପାଇଁ “ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ଯୋଜନା”ର ଅବଧି ୨୦୨୫-୨୬ରୁ ୨୦୨୯-୩୦ ପର୍ୟ୍ୟନ୍ତ ୫ ବର୍ଷ ବୃଦ୍ଧି କରି ୧୯,୯୪୧ କୋଟି ଟଙ୍କା ବ୍ୟୟରେ କାର୍ୟ୍ୟକାରୀ କରିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହି ଯୋଜନା ପୂର୍ବରୁ ୧୧,୭୦୦ କୋଟି ଟଙ୍କାରେ ଆରମ୍ଭ ହୋଇଥିଲା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୨୮ତମ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବ ମଧ୍ୟରେ ଏହି ଯୋଜନା ସମେତ ସପ୍ତଦଶ ଓଡ଼ିଶା ବିଧାନସଭାର ୪ର୍ଥ ଅଧିବେଶନର ସତ୍ରାବସାନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ଏହି ପ୍ରକଳ୍ପ ବର୍ଷସାରା ଜଳପ୍ରବାହ ସଂରକ୍ଷଣ, ଭୂତଳ ଜଳସ୍ତରର ଋତୁକାଳୀନ ପରିବର୍ତ୍ତନ ହ୍ରାସ, ପାନୀୟ ଓ ଘରୋଇ ଜଳ ଚାହିଦା, ମତ୍ସ୍ୟ ବିକାଶ, ପଶୁପାଳନ, ଜଳସେଚନ, ଶିଳ୍ପ ଓ ବିନୋଦନ ଆବଶ୍ୟକତା ପୂରଣ କରିବ। ଏହା ମଧ୍ୟମ ଆକାରର ବନ୍ୟା ତୀବ୍ରତା ହ୍ରାସ ଓ ବନ୍ୟା ନିୟନ୍ତ୍ରଣରେ ମଧ୍ୟ ସହାୟକ ହେବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

  • Related Posts

    ରାଜ୍ୟ ଯୋଜନା ବୋର୍ଡ ହେଲା ‘ସିଟି-ଓଡ଼ିଶା’

    ଭୁବନେଶ୍ୱର: ଦୀର୍ଘ ଦଶନ୍ଧି ଧରି ରାଜ୍ୟର ‘ନିତି ଓ ବିକାଶ’ର ଥିଙ୍କଟ୍ୟାଙ୍କ ପାଲଟିଥିବା ‘ଯୋଜନା ବୋର୍ଡ’ ଏବେ ଇତିହାସ। କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢ଼ାଂଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା…

    Continue reading
    ପୁଣି ଏକ ହାତୀ ମୃତ

    କନ୍ଧମାଳ:ବେଲଘର୍ ରେଞ୍ଜରେ ପୁଣି ଏକ ହାତୀର ମୃତ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ନିକଟସ୍ତ ଶିମିଳିପଦର ଜଙ୍ଗଲରେ ହାତୀ ମୃତ ଶରୀର ମିଳିଛି। କିଛି ଦିନ ହେବ ବଲାଙ୍ଗୀର ଜଙ୍ଗଲରୁ ହାତୀଟି ଆସଥିଲା। କଲାହାଣ୍ଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ