ଖରାଦିନରେ କାର ଯତ୍ନ

ଏପ୍ରିଲ୧୦,ଭୁବନେଶ୍ବର:ଆଜି କାଲି ଅନେକ ଲୋକ ଖରାରୁ ରକ୍ଷା ପାଇବା ପାଇଁ ଦୁଇଚକିଆ ବଦଳରେ ଚାରିଚକିଆ ଯାନ ମୁଖ୍ୟତଃ କାର ବ୍ୟବହାର କରିବାକୁ ଗୁରୁତ୍ୱ ଦେଉଛନ୍ତି । ତେବେ ଖରାଦିନରେ କାର ବ୍ୟବହାର କରିବା ସମୟରେ କାରର ଯତ୍ନ ପ୍ରତି ମଧ୍ୟ ସଜାଗ ରହିବା ଜରୁରୀ । କାରର ଯତ୍ନ ପ୍ରତି ସଚେତନ ହେଲେ ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଅନେକ ସମସ୍ୟାରୁ ରକ୍ଷା କରିବ । କାର୍‌ ଭିତରର ଦୁର୍ଗନ୍ଧକୁ ଦୂରେଇବା ପାଇଁ ଅନେକ ଚାଳକ ପରଫ୍ୟୁମ୍‌, ଡିଓଡ୍ରେଣ୍ଟ ରଖିବାକୁ ପସନ୍ଦ କରିଥାନ୍ତି ଯାହା ବାସ୍ତବରେ ଆଦୌ ସୁରକ୍ଷିତ ନୁହେଁ । ଯଦି ଆପଣ ଏହି ଗରମ ଦିନରେ ନିଜ ଗାଡିକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଗାଡି ଭିତରେ ଭୁଲରେ ବି ରଖନ୍ତୁ ନାହିଁ ଡିଓଡ୍ରାଣ୍ଟ୍‌ ଯାହା ଆପଣଙ୍କ କାର୍‌କୁ ସମ୍ପୂର୍ଣ୍ଣ ରୂପେ ଜଳାଇ ଦେବାର ଆଶଙ୍କା ରହିଛି । ସାଧାରଣତଃ ପରଫ୍ୟୁମରେ ଆଲକହଲର ରହିଥାଏ ଯାହା ଗରମ କାରଣରୁ ସଂପ୍ରସାରି ହୋଇଯାଏ । ବିଶେଷଜ୍ଞଙ୍କ କହିବାନୁସାରେ, ପରଫ୍ୟୁମକୁ ୫୦ ଡିଗ୍ରୀ ତାପମାତ୍ରା ତଳକୁ ରଖିବା ହିଁ ସୁରକ୍ଷିତ ହୋଇଥାଏ । ଯେହେତୁ ଆଲକହଲ୍‌ ଏକ ଜ୍ୱଳନଶୀଳ ପଦାର୍ଥ ଯଦି ଏହା ଗରମ କାରଣରୁ କାର୍‌ ଭିତରେ ଲିକ୍‌ ହୁଏ ତା’ହେଲେ କାରରେ ନିଆଁ ଲାଗିବାର ଆଶଙ୍କା ବଢ଼ିଯାଏ । ତେବେ ଅନେକ ବିଶେଷଜ୍ଞ ମଧ୍ୟ କାର୍‌ ଭିତରେ ସାନିଟାଇଜର୍‌ ଏବଂ ଲାଇଟର୍‌ ରଖିବାକୁ ମଧ୍ୟ ମନା କରନ୍ତି । ଯଦି ଆପଣ ପୁରୁଣା ଟାୟାରକୁ ବ୍ୟବହାର କରି କାର୍‌ ଚଳାଉଛନ୍ତି ତା’ହେଲେ ବେଳ ଥାଉ ଥାଉ ଟାୟାର ବଦଳାଇ ଦିଅନ୍ତୁ । କାରଣ ଖରା ଦିନେ ପୁରୁଣା ଟାୟାର୍‌ ଏୟାର୍‌ ପ୍ରେସରକୁ ସମ୍ଭାଳି ପାରେନା ଏବଂ ଗରମରେ ଅଧିକ ପ୍ରେସର୍‌ କାରଣରୁ ପୁରୁଣା ଟାୟାର୍‌ ଫାଟିବା ଭଳି ସମସ୍ୟା ଉପୁଜିପାରେ । ଯଦି ଆପଣଙ୍କ ଟାୟାରର କୌଣସି ସ୍ଥାନରେ ଖରାପ କିମ୍ବା କଣା ହେଲା ଭଳି ଦେଖାଯାଏ ତା’ହେଲେ ବିଳମ୍ବ ନ କରି ତୁରନ୍ତ ତାହାକୁ ବଦଳାଇ ଦିଅନ୍ତୁ । ଖରା ବଢିବା କାରଣରୁ କାର୍‌ ଭିତରେ ଗରମ ପବନର ହାଇ ପ୍ରେସର ବଢିବାରେ ଲାଗିଥାଏ । ଏଭଳି ସ୍ଥିତିରେ ଯଦି ଆପଣଙ୍କ ଗାଡି ଖରାରେ ଛିଡା ହୋଇଛି ତେବେ ଏହାର ଗ୍ଲାସରେ ଫାଟ ସୃଷ୍ଟି ହେଲା ଭଳି ସମସ୍ୟା ଉପୁଜିପାରେ । ଏଭଳି ସମସ୍ୟାର ସମାଧାନ ପାଇଁ କାର୍‌ ଝରକାକୁ ଅଳ୍ପ ଖୋଲା ରଖନ୍ତୁ । ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଏବଂ ଆପଣଙ୍କ ଗାଡି ଖରାଦିନେ ସୁରକ୍ଷିତ ରହିବ ।

  • Related Posts

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading
    ବାହାଘର ପରେ କାହିଁକି ମୋଟା ହୋଇଯାଆନ୍ତି ଝିଅମାନେ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ୟ୍ୟ

    ବାହାଘର ପରେ ଝିଅଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସିଥାଏ। ନିଜ ଘରେ ଆରାମ ଓ ବିନା ଚିନ୍ତା ରହୁଥିବା ଝିଅ ଯେତେବେଳେ ଶାଶୁ ଘରେ ପାଦ ରଖେ ସେସମୟରୁ ହିଁ ଏକ ନୂଆ ଜୀବନ ଆରମ୍ଭ ହୋଇଯାଇଥାଏ। ପରିବାରର ସଦସ୍ୟଙ୍କ ଖାଇବାଠୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ