ଜଗତସିଂହପୁର: ଖୁଦୁରୁକୁଣି ପୂଜା ରବିବାର ଠାରୁ ଆରମ୍ଭ ହୋଇଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ହେଲେ ଯଁକୋଟି ପଞ୍ଚାୟତ କୋରକୋର ଗାଁର ରୁଦ୍ର ନାରାୟଣ ସ୍ବାଇଁ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | ଏ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ମିଳିଥିବା ସୂଚନା ଅନୁସାରେ, ଖୁଦୁରୁକୁଣି ପୂଜା ପାଇଁ ରୁଦ୍ର ନାରାୟଣ ଘରେ ଲିଚୁ ଲାଇଟ ଲଗାଉଥିଲେ। କରେଣ୍ଟ ମାରିବାରୁ ସେ ନିସ୍ତେଜ ହୋଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ହସ୍ପିଟାଲରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ସୋମବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି |
ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍
୭୯ ତମ ସ୍ବାଧିନତା ଦିବସ ପାଇଁ ପ୍ରସ୍ତୁତି ଅବସରରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଆଜି ପରେଡ୍ ରିହର୍ସଲ ଆୟୋଜିତ ହୋଇଛି । ଚଳିତ ବର୍ଷ ପୁଲିସ ବ୍ୟାଣ୍ଡ ସହ ବିଭିନ୍ନ ସ୍କୁଲର ବ୍ୟାଣ୍ଡ ମଧ୍ୟ ପରେଡ୍ ସମାରୋହରେ ତାଙ୍କ କମାଲ ଦେଖାଇବେ ।…