ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

ପୁରୀ: ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅନ୍ନ, ବ୍ୟଞ୍ଜନ ସହ ଶୁଖିଲି ମହାପ୍ରସାଦର ଦର ନିର୍ଦ୍ଧାରଣ ରେଟ୍‌ ଚାଟ୍‌ ଲାଗିବ । ମଙ୍ଗଳବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟରେ ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଜରୁରୀ ବୈଠକ ହୋଇଥିଲା।
ଡଃ ପାଢ଼ୀ ଗଣମାଧ୍ୟମକୁ କହିଥିଲେ, ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ଓ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକ ଶୃଙ୍ଖଳା ଶୀଘ୍ର ଆସିବ । ଅବଢ଼ା ଓ ଶୁଖିଲି ମହାପ୍ରସାଦର ରେଟ୍‌ ଚାଟ୍‌ ଲାଗିବ । ଶୁଖିଲି ଓ ଅନ୍ନ ମହାପ୍ରସାଦ ଭିନ୍ନ ସ୍ଥାନରେ ବିକ୍ରି ହେବ । ଦୀପ ଓ ମହାପ୍ରସାଦରେ ଓମ୍‌ଫେଡ୍‌ ବ୍ୟବହାର ବାଧ୍ୟତାମୂଳକ ହୋଇଛି । ବ୍ୟତିକ୍ରମ କଲେ କାର୍ୟ୍ୟାନୁଷ୍ଠାନ କଡ଼ାକଡ଼ି କରାଯିବାକୁ ବୈଠକରେ ଚେତାବନୀ ଦିଆଯାଇଛି ।

ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ସୁଆର କହିଛନ୍ତି, ପୂର୍ବତନ ଜିଲ୍ଲାପାଳଙ୍କ ସମୟରେ ଆନନ୍ଦ ବଜାର ଶୃଙ୍ଖଳା ୮୦ ଭାଗ ଆସିଥିଲା । ବିଶୃଙ୍ଖଳା ସ୍ଥିତି ଦେଖି ଜରୁରୀ ବୈଠକ ପୁଣି ବସିଥିଲା । ନୀତିକାନ୍ତି ଶୃଙ୍ଖଳା କରିବାକୁ ପ୍ରଥମେ ଆଲୋଚନା ହୋଇଥିଲା । ଶୀଘ୍ର ମହାପ୍ରସାଦ ବାହାରିଲେ ଶ୍ରଦ୍ଧାଳୁମାନେ ଆନନ୍ଦରେ ଖାଇ ଚାଲି ଯିବେ। ଶ୍ରୀମନ୍ଦିରରେ ଭିଡ଼ ବେଶୀ ସମୟ ରହିବନି । ସେହିପରି ଶୁଖିଲି ଓ ଅବଢ଼ା ସ୍ୱତନ୍ତ୍ର ସ୍ଥାନରେ ବିକ୍ରି ବ୍ୟବସ୍ଥା ହୋଇଛି । ଆନନ୍ଦ ବଜାର ଖୋଲା ସ୍ଥାନରେ ବସିଥିବା ଖଜା ଦୋକାନୀଙ୍କୁ ସ୍ୱତନ୍ତ୍ର ଦୋକାନ ଭିତରକୁ ସ୍ଥାନାନ୍ତର କରାଯିବ । ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧିବାକୁ ଆବଶ୍ୟକ ୩୫ କ୍ୱିଣ୍ଟାଲ କାଠ ଯୋଗାଇ ଦେବାକୁ ଦାବି କରାଯାଇଥିଲା ।

ସେହିପରି ବୈଠକରେ ଜୈବିକ ଚାଉଳ ନେଇ ଆଲୋଚନା ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ବେଳେ ୨୧ କ୍ୱିଣ୍ଟାଲ ଜୈବିକ ଚାଉଳ ପରୀକ୍ଷାମୂଳକ ଭାବେ ଆଡ଼ପ ଘରେ ରନ୍ଧା ଯାଇଥିଲା । ୨ ଦିନ ତଳେ ମଧ୍ୟ ଏହି ଚାଉଳ ରାନ୍ଧି ପରୀକ୍ଷା କରାଯାଇଥିଲା । ନୂଆ ଚାଉଳରେ ମହାପ୍ରସାଦ ରାନ୍ଧିଲେ ଏହା ନରମା ହୋଇଯାଉଛି । ତେଣୁ ପୁରୁଣା ଜୈବିକ ଚାଉଳ ଦେଲେ କୋଠା ଭୋଗ ସହ ବରାଦି ଭୋଗ ହେବ । ସେହିପରି ମହାପ୍ରସାଦ ବିକ୍ରିରେ ସହାୟତା କରୁଥିବା ସହାୟକଙ୍କ ନିମନ୍ତେ ଡ୍ରେସ୍‌ କୋର୍ଡ ଓ ପରିଚୟପତ୍ର ହେବ । ବିଶୃଙ୍ଖଳା କଲେ ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ବୋଲି ବୈଠକରେ ଆଲୋଚନା ହୋଇଛି ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ