ganesh idol falls in mumbai ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ୨ ଜୀବନ

ମୁମ୍ବାଇ: ଗଣେଶ ପୂଜା ପୂର୍ବରୁ ବଡ଼ ଅଘଟଣ । ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ । ସାଉଥ୍ ମୁମ୍ବାଇରେ ଏକ ବଡ଼ ଅଘଟଣ ଘଟିଛି । ମୁମ୍ବାଇରେ ଭୁଶୁଡ଼ି ପଡ଼ିଲା ୨୨ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଦକ୍ଷିଣ ମୁମ୍ବାଇର ଭୁଲେଶ୍ୱର ଅଞ୍ଚଳରେ ‘ଭୁଲେଶ୍ୱରଚା ରାଜା’ ଗଣେଶ ପ୍ରତିମାର ଆଗମନ ଶୋଭାଯାତ୍ରା ସମୟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି । ୨୨ ଫୁଟ ଉଚ୍ଚର ଗଣପତି ପ୍ରତିମାଟି ହଠାତ୍ ଖସିପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ଶିଶୁଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମଣ୍ଡପଠାରୁ ମାତ୍ର ୫୦ ମିଟର ଦୂରରେ ପ୍ରତିମାଟି ବୋହି ନିଆଯାଉଥିବା ଫ୍ରେମ୍ ର ୱେଲ୍ଡିଂ ଭାଙ୍ଗିଯିବାରୁ ଏହା ଭାରସାମ୍ୟ ହରାଇ ଖସିପଡ଼ିଥିଲା । ଘଟଣାସ୍ଥଳରେ ବ୍ରିହନ ମୁୁମ୍ବାଇ ମହାନଗର ନିଗମ , ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣା ସମ୍ପର୍କରେ ଡି.ବି. ମାର୍ଗ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।ଭୁଲେଶ୍ୱରର ଜୟ ଅମ୍ବେ ଚୌକସ୍ଥିତ କବୁଟରଖାନାସ୍ଥିତ ବଳରାମ ମର୍ଚ୍ଚାଣ୍ଟ ରୋଡ୍‌ରେ ଶନିବାର ରାତି ପ୍ରାୟ ୯ଟା ୫୧ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା । ଏହି ମୂର୍ତ୍ତିକୁ ବାଇକୁଲ୍ଲାରୁ ଭୁଲେଶ୍ୱର ନିଆଯାଉଥିଲା । ପେଣ୍ଡାଲର ପ୍ରାୟ ୫୦-୬୦ ମିଟର ପୂର୍ବରୁ ଘଟିଥିଲା । ମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ମୋଟ ୭ ଜଣ ଆହତ ହୋଇଛନ୍ତି। ଡାକ୍ତରଖାନାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ନେଭସେ (୩୩) ଏବଂ ବ୍ରିଜେଶ ହେମନ୍ତ ଯୋଶୀ (୩୦) ଅଛନ୍ତି । ଆହତମାନେ ହେଲେ ବୈଭବ ଘେନନ୍ଦ (୩୮), ପୱନ ଚୌରାସିଆ (୨୫), ଲାବଣ୍ୟ ଗନେର (୫), ଦିବ୍ୟା ଗନେର (୭) ଓ କୁନାଲ କାଶିଦ (୨୬) । ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

  • Related Posts

    AK-203 ଇନସାସ ଯୁଗ ଗଲା, ଆସିଲା AK-203 ରାଇଫଲ

    ଭାରତର ପ୍ରଥମ ଶହେ ପ୍ରତିଶତ ସ୍ବଦେଶୀ ରାଇଫଲ ‘ଶେର’। ଇନସାସ ଯୁଗ ଗଲା, ଆସିଲା AK-203 ରାଇଫଲ। ଆମେଥିର କୋରୱା ଫ୍ୟାକ୍ଟ୍ରିରେ ଏହି ବନ୍ଧୁକର ସଫଳ ପରୀକ୍ଷଣ ହୋଇଛି।  ‘ଶେର’ ହେଉଛି ଏକ ଆସଲ୍ଟ ରାଇଫଲ୍। ଭାରତୀୟ ସେନାର ପୁରୁଣା INSAS…

    Continue reading
    tariff on canada କାନାଡ଼ା ଉପରେ ୫୦% ଶୁଳ୍କ ଲଗାଇଲା ଆମେରିକା

    ୱାଶିଂଟନ: ଦୀର୍ଘଦିନର ଆଲୋଚନା ବିଫଳ ହେବା ପରେ ଶନିବାରଠାରୁ କାନାଡ଼ା ସାମଗ୍ରୀ ଉପରେ ଆମେରିକା ୫୦% ସୀମା ଶୁଳ୍କ (ଟାରିଫ୍) ଲାଗୁ କରିଛି। ଏହାଦ୍ବାରା ଆମେରିକାକୁ କାନାଡ଼ାରୁ ହେଉଥିବା ପ୍ରାୟ ୨୦ ବିଲିୟନ ଡଲାର ମୂଲ୍ୟର ରପ୍ତାନି ପ୍ରଭାବିତ ହେବ। ଆମେରିକାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ