ଗଣେଶ ଚତୁର୍ଥୀ ଦଳୀୟ ଆଶାୟୀଙ୍କୁ ବିଜେପି ଦେବ ଉପହାର

ଭୁବନେଶ୍ୱର: ଗଣେଶ ଚତୁର୍ଥୀ ଓ ନୂଆଖାଇ ପୂର୍ବରୁ ଦଳୀୟ ଆଶାୟୀଙ୍କୁ ବିଜେପି ଦେବ ଉପହାର। ନିଗମ, ବୋର୍ଡ଼ରେ କିଛି ନେତାଙ୍କୁ ଥଇଥାନ କରାଯିବ। ଏଥିନିମନ୍ତେ ଆପାତତଃ ଚୂଡ଼ାନ୍ତ କୁହାଯାଉଥିବା ନାମ ସୂଚୀ ଧରି ସୋମବାର ପୁଣି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସଭାପତି ଭାବେ ଦାୟିତ୍ୱ ନେବା ପରେ ମନମୋହନ ବାରମ୍ବାର ଦିଲ୍ଲୀ ଗସ୍ତ କରୁଥିବା ବେଳେ ଗସ୍ତକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବିଶେଷକରି, ମନମୋହନଙ୍କ ଏହି ଗସ୍ତ ରାଜ୍ୟ ବିଜେପି ପଦାଧିକାରୀ କମିଟି ଏବଂ ବୋର୍ଡ, ନିଗମ ନିଯୁକ୍ତି ନେଇ ଉଦ୍ଦିଷ୍ଟ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀରେ ଦଳର ଶୀର୍ଷ ନେତୃତ୍ୱ, ରାଜ୍ୟର ସାଂସଦମାନଙ୍କ ସହ ଆଲୋଚନା ପରେ ଏ ନାମଗୁଡ଼ିକ ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି।ସୋମବାର ମନମୋହନ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଅବସରରେ ଓଡ଼ିଶା ସମ୍ପର୍କରେ ଏକାଧିକ ପ୍ରସଙ୍ଗରେ ଶ୍ରୀ ଶାହଙ୍କ ସହ ମନମୋହନ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ସହ ରାଜ୍ୟରେ ବିଜେପି ସାଂଗଠନିକ ସମ୍ପ୍ରସାରଣ ଏବଂ ନିଗମ, ବୋର୍ଡ ନିଯୁକ୍ତି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ୍‌ ସିଂ ତୋମାରଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ନିଗମ ଓ ବୋର୍ଡରେ ନିଯୁକ୍ତି ଲାଗି ଇତିମଧ୍ୟରେ ୨-୩ଟି ବୈଠକ ମଧ୍ୟ ବସିସାରିଲାଣି। ଆଗକୁ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍‌ ଓ ସେ ନିଜେ ଏନେଇ ରାଜ୍ୟ ବିଜେପି କୋର କମିଟି ସହ ଆଲୋଚନା କରିବେ। ଅତଏବ୍‌ କୋର୍‌ କମିଟି ସଦସ୍ୟଙ୍କ ସହ ବୈଠକ ପୂର୍ବରୁ ମନମୋହନଙ୍କ ଆଜିର ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ମନମୋହନଙ୍କ ଏହି ଗସ୍ତ ଅବସରରେ ନିଗମ, ବୋର୍ଡ ନିଷ୍ପତ୍ତି ଚୂଡ଼ାନ୍ତ ହେବା ଏକରକମ ଧାର୍ୟ୍ୟ ବୋଲି ବିଜେପିର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ମନମୋହନ ରାଜ୍ୟ ବିଜେପି ସାଂସଦମାନଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ସୂଚନା ମିଳିଛି।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ