ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର

ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ଏବେ ସାରା ରାଜ୍ୟର ଲୋକ ଧାଇଁଧପଡ଼ କରୁଛନ୍ତି । ଏବେ ଏହାରି ଭିତରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପ୍ରଦୂଷଣ ପ୍ରମାଣପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ପରିବହନ ବିଭାଗ ଗ୍ରୀନ ଷ୍ଟିକର ଯୋଗାଇ ଦେବ । ପ୍ରଦୂଷଣ ପ୍ରମାଣପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ । ସଡ଼କ ସୁରକ୍ଷା ମାସ ଆସୁଥିବାରୁ ପିୟୁସିସି କୋହଳ କରାଯାଇଛି । ୨୦୧୯ରେ ଯେଉଁ ଫାଇନ ବୃଦ୍ଧି କରାଯାଇଛି ତାକୁ କୋହଳ କରିବାକୁ ତର୍ଜମା କରିବୁ । ଅନ୍ୟ ରାଜ୍ୟରେ ଫାଇପ କମ ରହିଛି, ଆମ ରାଜ୍ୟରେ ବି କମାଇବାକୁ ପର୍ଯ୍ୟାଲୋଚନା କରୁଛୁ ।

ପ୍ରକାଶ ଯେ କହିଥିଲେ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ ନାହିଁ ତ, ମିଳିବନି ପେଟ୍ରୋଲ୍ କି ଡିଜେଲ୍। ଯାହାକୁ ନେଇ ପିୟୁସିସି ନଥିବା ଗାଡ଼ି ଚାଳକଙ୍କ ମଧ୍ୟରେ ପଡ଼ିଥିଲା ଭାଳେଣି…ପିୟୁସିସି ସେଣ୍ଟର ଯାଏଁ ଲାଗିରହିଥିଲା ଧାଁ ଦୌଡ଼…ଶେଷରେ ସ୍ଥିତିକୁ ଦେଖି ବଡ଼ ଆଶ୍ବସ୍ତି ସ୍ବରୂପ ମାସକର ମହଲତ ଦେଇଛନ୍ତି ରାଜ୍ୟ ସରକାର। ଜାନୁୟାରୀରୁ ନୁହେଁ, ଫେବ୍ରୁୟାରୀରୁ ଲାଗୁ ହେବ ନିୟମ, ଯାଞ୍ଚ ହେବ ପିୟୁସିସି । ରାଜ୍ୟ ପରିବହନ ବିଭାଗ ଏନେଇ ସ୍ପଷ୍ଟ କରିଛି। ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମଧ୍ୟ ମିଡ଼ିଆ ସାମ୍ନାକୁ ଆସି କହିଛନ୍ତି, ଯେଉଁମାନେ ନିଜ ଯାନବାହନର ଆବଶ୍ୟକୀୟ ଡକ୍ୟୁମେଣ୍ଟ ତିଆରି କରିନାହାଁନ୍ତି, ତୁରନ୍ତ କରାଇନିଅନ୍ତୁ। ଯଥା RC ହେଉ କି ଇନସ୍ୟୁରାନ୍ସ, ଫିଟନେଟ୍ ସାର୍ଟିଫିକେଟ ହେଉ ବକେୟା ଚାଲାଣ। ସବୁ କ୍ଲିୟର ନଥିଲେ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍-PUC ସାର୍ଟିଫିକେଟ୍ ପାଇବାରେ ସମସ୍ୟା ଉପୁଜିପାରେ। ତେଣୁ ଜାନୁୟାରୀ ଭିତରେ ଏ ସବୁ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି ପରିବହନ ମନ୍ତ୍ରୀ। ଫେବ୍ରୁଆରୀ ୧ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ବି PUCC ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବନି।
ପରିବହନ ବିଭାଗ ମାସକର ଆଶ୍ବସ୍ତି ଦେଇଛି ସତ, ତଥାପି ରହିଛି କେଁ। କାରଣ ରାଜ୍ୟ ବ୍ୟାପି ଯେତିକି ଯାନବାହନ ଅଛି, ତା ଭିତରୁ କିଛି ଗାଡ଼ିର ବୀମା ନାହିଁ ତ ଆଉ କାହା ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ। ଯାହାର ପ୍ରମାଣ ଦେଖିବାକୁ ମିଳିଛି ରାଜ୍ୟର ବିଭିନ୍ନ ସହରର PUCC ସେଣ୍ଟର ଗୁଡ଼ିକରେ ଲମ୍ବିଥିବା ଲାଇନ୍। (WINDOW WITH LOCATION) କେବଳ ଏତିକି ନୁହେଁ, ମୋଟର ଯାନ ଗୁଡ଼ିକରେ ବିଭିନ୍ନ ସମୟରେ କଟିଥିବା ଚାଲାଣ ପୈଠ ହୋଇନଥିବାରୁ ଟ୍ରାଫିକ୍ ଥାନା ଗୁଡ଼ିକରେ ଏବେ ବଢ଼ିବାରେ ଲାଗିଛି ଖିଲାପିଙ୍କ ଭିଡ଼। ଏ ହେଉଛି, ଭୁବନେଶ୍ବର ଟ୍ରାଫିକ୍ ଥାନାର ଦୃଶ୍ୟ। ଘଣ୍ଟା ଘଣ୍ଟା ଧରି ଲାଇନ ଲଗାଇ ଏବେ ବକେୟା ଫାଇନକୁ କ୍ଲିୟର କରୁଛନ୍ତି ଲୋକେ। ଏସବୁ ଭିତରେ ବଡ଼ ସମସ୍ୟା ହେଉଛି, ଇଣ୍ଟରନେଟ୍ ସର୍ଭର ଡାଉନ ଥିବାରୁ ପିୟୁସିସି କାମ ବହୁ ବିଳମ୍ବ ହେଉଛି। ଏଭଳି ସ୍ଥିତିରେ ରାଜ୍ୟ ପରିବହନ ବିଭାଗ ଦେଇଥିବା ମାସକର ମହଲତ ଯଥେଷ୍ଟ ନୁହେଁ, ବରଂ ଅବଧି ଅନ୍ତତଃ ମାର୍ଚ୍ଚ ଯାଏଁ ବଢ଼ାଇବା ସହ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ବୃଦ୍ଧି ପାଇଁ ଗାଡ଼ି ଚାଳକ ଏବଂ ମାଲିକ ଦାବି କରିଛନ୍ତି।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି

    ୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ