ଗାଡି ଚେକିଂ ବେଳେ ମାଡ଼ିଗଲା ଗ୍ୟାସ କଣ୍ଟେନର, ବାଇକ୍ ଆରୋହୀ ମୃତ

ଗାଡ଼ି ଚେକିଂ ବେଳେ ଗ୍ୟାସ କଣ୍ଟେନର ମାଡ଼ି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଯାଜପୁରର ପାଣିକୋଇଲି ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା।
ପାଣିକୋଇଲି ଥାନା ସଠିପୁର ବ୍ରଜନଗର ଛକ ନିକଟରେ ୧୬ନଂ ଜାତୀୟ ରାଜପଥରେ ଆଜି ପୁଲିସ ପକ୍ଷରୁ ଗାଡ଼ି ଚେକିଂ କରାଯାଉଥିଲା। ଏହି ସମୟରେ ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ ଗ୍ୟାସ କଣ୍ଟେନର ଦ୍ରୁତଗତିରେ ଆସି ପୁଲିସ ଗାଡ଼ିକୁ ଧକ୍କାଦେବା ସହିତ ଜଣେ ବାଇକ ଆରୋହୀ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ବାଇକ ଆରୋହୀରଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ରଞ୍ଜନ କୁମାର ଜେନା। ତାଙ୍କ ଘର ସ୍ଥାନୀୟ ମାଧପୁର ଅଞ୍ଚଳରେ। ସେହିପରି ଗ୍ୟାସ କଣ୍ଟେନରଟି ପୁଲିସ୍ ଗାଡ଼ିକୁ ଧକ୍କା ଦେବାରୁ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସୁଲୋଚନ ବେହେରା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts

କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା; OHRCଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆଜି ରାଜ୍ୟ…

Continue reading
ପୁରୀରେ କୁଖ୍ୟାତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର

ପୁରୀ : ସମ୍ବଲପୁର ଓ ବ୍ରହ୍ମପୁର ପରେ ଆକ୍ସନ ମୋଡରେ ପୁରୀ ପୁଲିସ। ପୁରୀର ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର ହୋଇଛି। ବାସେଳିସାହି ଥାନା ଓଁକାରେଶ୍ବର ନିକଟରେ ପୁରୀ ପୋଲିସ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ