ରାଉରକେଲା:ରାଉରକେଲା ସେକ୍ଟର ୩ ଥାନା ଅଞ୍ଚଳରେ ମାରାଥନ୍ କାର୍ୟ୍ୟକ୍ରମ ବେଳେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକ ଆହତ ହୋଇଛନ୍ତି। ଯୁବକଙ୍କ ପିଠିରେ ଗୁଳି ବାଜିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ହେଲେ ଗୁରୁତର ଯୁବକ ଜଣଙ୍କ ହେଲେ ସଲିଳ କୁମାର ସାହୁ।
ସଲିଳ ଜଣକ ରାଉରକେଲାର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ସେ ମାରାଥନ ଆୟୋଜନ କରିଥିଲେ। ଆଜି ସକାଳେ ମାରାଥନ କାର୍ୟ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ତାଙ୍କ ପିଠିରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଏକ ଖୋକା ଜବତ କରାଯାଇଛି।ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି। ରାଉରକେଲା ସେକ୍ଟର ୩ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।




