ଗୋଟିଏ ବନ୍ୟାର ଦୁର୍ଦ୍ଦଶା ସରିନଥିବା ବେଳେ ପୁଣି ଏକ ବନ୍ୟା

ଭୁବନେଶ୍ବର: ଗୋଟିଏ ବନ୍ୟାର ଦୁର୍ଦ୍ଦଶା ସରିନଥିବା ବେଳେ ପୁଣି ଏକ ବନ୍ୟା । ପୁଣି ଘରେ ପଶିଛି ବନ୍ୟା ପାଣି। ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଯାଜପୁରର ତଳିଆ ଅଞ୍ଚଳ ଲୋକେ । ବୈତରଣୀ ନଦୀରେ ତୃତୀୟ ଥର ବନ୍ୟା ଆସିଛି । ଏହାର ଶାଖା କାଣି ନଦୀରେ ମଧ୍ୟ ବନ୍ୟା ଜଳ ଆସିଛି । ଦଶରଥପୁର୍ ବ୍ଲକରେ କାଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇଥିଲା । ଘାଇ ମରାମତି ସରିନଥିବା ବେଳେ ପୁଣି ବନ୍ୟା ହେବା କାରଣରୁ ଗାଁରେ ପଶିଛି ବନ୍ୟା ଜଳ ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ। ଗତକାଲି ରାସଗୋବିନ୍ଦପୁର ବ୍ଲକରେ ୮୪ମିମି ବର୍ଷା ହୋଇଛି। ୮ଟି ପଞ୍ଚାୟତର ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ସାରୁମୂଳା, ନାକିଚୁଆ, ମାଣିଦା, ଖୁଣ୍ଟାପାଳ, ତୋଟାପୋଡା,ରାଘବପୁର, ନଳଗଜା, ଦେବଶୋଳ ପଞ୍ଚାୟତ ଲୋକଙ୍କ ଘର ଭିତରେ ପାଣି ଲହଡି ମାରୁଛି । ଫଳରେ ଜନଜୀବନ ଦୁର୍ବିସହ ହୋଇପଡିଛି। ରାଘବପୁର ପଞ୍ଚାୟତ ସମ୍ପୂର୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପହଁଞ୍ଚି ନଥିବାର ବୋଲି ଅଭିଯୋଗ ହୋଇଛି। ସେପଟେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଛୁଟିଘୋଷଣା କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ।
ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ତେଲକୋଇରେ ସ୍ଥିତି ଵେହାଲ। ଚାରି ଆଡେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ନୂଆଗଡ ଟେନାର ନାଳ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଦେଉଳଡିହା, କରଦାଙ୍ଗି, ଭିମକାଣ୍ଡ ପ୍ରଭୃତି ତିନୋଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ସେପଟେ ତେଲକୋଇ-ଜଗମୋହନପୁର ରାସ୍ତାର ହନୁମନ୍ତିଆ ନାଳରେ ତିନି ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ୫ ପଞ୍ଚାୟତ ବିଛିନ୍ନ ହୋଇପଡ଼ିଛି। ସେହିପରି ଦେବଗଡ଼, ସମ୍ବଲପୁର , ପାଲଲହଡ଼ା, ରାଉରକେଲା ଆଦି ସ୍ଥାନକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଅନ୍ୟପକ୍ଷରେ ପିଟାନାଳି -ସାପଲାଞ୍ଜି ରାସ୍ତାର ଜରଡା ନାଳ ପୋଲ ଉପରେ ତିନି ଫୁଟର ବନ୍ୟାଜଳ ପ୍ରଭାବିତ ହେଉଛି । ଫଳରେ ବସ ଚଳାଚଳ ସହିତ ଯାତାୟତ ଠପ୍ ହୋଇଯାଇଛି। ଲୋକେ ନାହଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।

ଭଦ୍ରକ ଜିଲ୍ଲାରେ ଉଭୟ ବୈତରଣୀ ଓ ସାଳନ୍ଦୀ ନଦୀ ଫୁଲିବାରେ ଲାଗିଛି । ଆଖୁଆପଦା ଆନିକଟଠାରେ ବୈତରଣୀ ବିପଦ ସଙ୍କେତ ଉପରେ ବୋହୁଛି । କେତେକ ଏସ୍କେପ ଦେଇ ବନ୍ୟା ଜଳ ଚାଷ ଜମି କୁ ପଶିଛି । ସାଳନ୍ଦୀ ନଦୀର ରାଜଘାଟ ନିକଟରେ ବିପଦ ସଙ୍କେତ ପାଖାପାଖି ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟାରେ ଭଦ୍ରକ ସହରାଞ୍ଚଳ ସହ ଭଦ୍ରକ ବ୍ଲକ୍ ର କେତେକ ପଞ୍ଚାୟତ ସହ, ଭଣ୍ଡାରିପୋଖରୀ, ତିହିଡି, ଧାମନଗର ଓ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବନ୍ୟାରେ ବୁଡ଼ିଲା ମନ୍ଦିର । ତାରିଣୀ ମନ୍ଦିର , ହନୁମାନ ମନ୍ଦିର ଓ ରାମ ମନ୍ଦିରରେ ବନ୍ୟାପାଣି ପଶିଛି । ସାଳନ୍ଦୀ ଓ ଶାଖା ନଦୀ ନାଳିଆରେ ବନ୍ୟା ଆସିବା ଯୋଗୁଁ ସୁସୁଆ ଗାଁର ତାରିଣୀ ପଡ଼ିଆକୁ ବନ୍ୟା ଜଳ ମାଡିଛି । ପଡ଼ିଆରେ ଥିବା ୩ଟି ମନ୍ଦିର ସହ ଟିୱେଲ ମଧ୍ୟ ବୁଡ଼ି ଯାଇଛି । ସେପଟେ ସାଳନ୍ଦୀ ନଦୀ ପାଇଁ ଅର୍ଣ୍ଣପାଳରୁ ତିହିଡି ଯାଉଥିବା ରାସ୍ତାର ରାଯୁଆଳି ଠାରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଯାତାୟାତ ବ୍ୟାହତ ହୋଇଛି । ଅନେକ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବାହିତ ହେଉଛି ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ