ଗୋପାଳପୁର ଗଣଦୁଷ୍କର୍ମ ମାମଲା: କୋର୍ଟରେ ୩ ନାବାଳକଙ୍କ ଚାର୍ଜଫ୍ରେମ୍

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ସୋମବାର ୩ଜଣ ନାବାଳକ (୧୭ ବର୍ଷ)ଙ୍କ ନାମରେ ଜୁନିୟର କୋର୍ଟ ତଥା ଏଡିଜେ-୨ରେ ଚାର୍ଜଫ୍ରେମ୍‌ ହୋଇଛି । ତିନି ନାବାଳକଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କ ନାଁରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ କୁହାଯାଇଥିଲା । ପୂର୍ବରୁ ୧୬ବର୍ଷରୁ କମ୍‌ ବୟସର ଜଣେ ନାବାଳକ ନାମରେ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ଚାର୍ଜଫ୍ରେମ୍‌ ହୋଇସାରିଛି । ମାମଲାର ବିଚାର ଏଡିଜେ-୨ କୋର୍ଟରେ ଚାଲିଥିବା ବେଳେ ଅନ୍ୟ ୬ଜଣ ସାବାଳକ ଅଭିଯୁକ୍ତଙ୍କ ନାମରେ ବି ଚାର୍ଜଫ୍ରେମ୍‌ ହେବାର ଥିଲା । କିନ୍ତୁ ଅଭିଯୁକ୍ତଙ୍କ ଓକିଲ ସମୟ ମାଗିଥିଲେ । ଫଳରେ କୋର୍ଟ ଆସନ୍ତା ୧୭ ତାରିଖରେ ସେମାନଙ୍କ ନାମରେ ଚାର୍ଜଫ୍ରେମ୍‌ କରିବାକୁ ଧାର୍ୟ୍ୟ କରିଥିବା ଅତିରିକ୍ତ ପିପି ଇସ୍ମାଇଲ୍‌ ମହମ୍ମଦ ସୂଚନା ଦେଇଛନ୍ତି । ଚାର୍ଜଫ୍ରେମ୍‌ ପରେ ଏହି ମାମଲାର ବିଚାର ଆରମ୍ଭ ହେବ ।ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍‌ରୁ ବାଦ୍‌ ପଡ଼ିଥିବା ଅଭିଯୁକ୍ତ ଓମ୍‌ ପ୍ରଧାନଙ୍କୁ ମାମଲାରୁ ବାଦ୍‌ ଦେବାକୁ ହୋଇଥିବା ଡିସ୍‌ଚାର୍ଜ ପିଟିସନ୍‌ ଗତ ୬ ତାରିଖରେ କୋର୍ଟ ଖାରଜ କରିସାରିଛନ୍ତି । ଓମ୍‌ଙ୍କ ଜାମିନ ଆବେଦନକୁ ମଧ୍ୟ ପୂର୍ବରୁ କୋର୍ଟ ଖାରଜ କରି ଦେଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍‌ ଏହି ମାମଲାର ଚାର୍ଜସିଟ୍‌ ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ)ରେ ଦାଖଲ ପରେ ଜେଏମ୍‌ଏଫ୍‌ସି ଓମ୍‌କୁ ଅଭିଯୁକ୍ତ ଭାବେ ଗ୍ରହଣ କରି କେସ୍‌ ଫାଇଲ୍‌ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରିଥିଲେ । ଜିଲ୍ଲା କୋର୍ଟ ଏହି ମାମଲାର ବିଚାର ପାଇଁ ଏଡିଜେ-୨କୁ ପଠାଇଥିଲେ । ସୂଚନାଯୋଗ୍ୟ, ଜୁନ୍‌ ୧୫ ତାରିଖ ସନ୍ଧ୍ୟାରେ ଜଣେ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ । ସନ୍ଧ୍ୟା ୭ଟାରେ ସେମାନେ ପାନ୍ଥ ନିବାସ ପଛରେ ବସିଥିବା ବେଳେ ଅଭିଯୁକ୍ତମାନେ ଅସଦାଚରଣ କରିବା ସହ ଦୁଷ୍କର୍ମ କରିଥିଲେ । ଗୋପାଳପୁର ଥାନା ପୁଲିସ ୧୦ ଜଣଙ୍କୁ ଗିରଫ କରିଥିଲା ।

  • Related Posts

    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading
    ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

    ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ