ଗୋଷ୍ଠୀ ବିବାଦ :ପାଟିତୁଣ୍ଡରୁ ଫୁଟିଛି ଗୁଳି

ରାଉରକେଲା: ପୁଣି ଅଶାନ୍ତ ଷ୍ଟିଲ ସିଟି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପାଟିତୁଣ୍ଡରୁ ଫୁଟିଛି ଗୁଳି । ଜୀବନ ବଞ୍ଚାଇବାକୁ ଯାଇ ଯୁବକ ପଶି ଗଲେ ଢ଼ାବାରେ । ଅଳ୍ପକେ ବର୍ତ୍ତିଗଲେ ଯୁବକ । ଗୁଳିକାଣ୍ଡ ଘଟିଛି ରାଉରକେଲା ରଘୁନାଥ ପାଲି ଥାନା ଦେଓଗାଁ ଆରଏସପି ଶ୍ଳାଗ ଗେଟ୍ ନିକଟରେ ।

ସୂଚନା ଥାଉକି, ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଘଟଣା । ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ବିବାଦକୁ ନେଉ ଗତକାଲି ହୋଇଥିଲା ବଚସା । ଜଣେ ଯୁବକଙ୍କୁ ମାରଣାସ୍ତ୍ର ଧରି ଦୁଇ ଯୁବକ କରିଥିଲେ ଆକ୍ରମଣ । ଜୀବନ ବଞ୍ଚାଇବାକୁ ଯାଇ ଯୁବକ ପଶିଯାଇଥିଲେ ନିକଟ ତାରିଣୀ ହୋଟେଲରେ ।

ଆକ୍ରମଣକାରୀ ଦୁଇ ଯୁବକ ହୋଟେଲ ଭିତରେ ପଶି ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ କଣ ଥିଲା ବିବାଦ ଯେଉଁ ବିବାଦକୁ ନେଉ ପ୍ରଥମେ ପାଟିତୁଣ୍ଡ ହେଲା କାହିଁକି ଯୁବକଙ୍କୁ ଗୁଳି କରିବା ପର୍ୟ୍ୟନ୍ତ କଥା ଗଲା ତାର ଉତ୍ତର ଖୋଜୁଛି ରାଉରକେଲା ରଘୁନାଥପାଲି ଥାନା । ଗୁଳିକାଣ୍ଡ ଘଟଣାରେ ଟାଙ୍ଗରପାଲି ପୋଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି ।

  • Related Posts

    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading
    ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

    କଟକ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। କଟକ ନେମାଳ ଥାନା ସହଦେବପୁର ଗାଁର ଶୈଳେନ୍ଦ୍ର ମଳିକ ଗତକାଲି ବିଳମ୍ବିତ ରାତି ୨ଟା ରେ ସ୍ତ୍ରୀ ରୋଜାଲିନକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି । ସୂଚନା ମୁତାବକ ସ୍ୱାମୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ