
ବାଲେଶ୍ବର: ଗ୍ୟାସ ଟାଙ୍କି ବିସ୍ଫୋରଣରୁ ହୋଟେଲରେ ଲାଗିଲା ନିଆଁ। ବାଲେଶ୍ବର ଓଟି ରୋଡରେ ଥିବା ଏକ ରେଷ୍ଟୁରାଣ୍ଟରେ ଲାଗିଛି ଭୟଙ୍କର ନିଆଁ। ସିଲିଣ୍ଡର ବିସ୍ଫୋରଣରୁ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିଲା। ନିଆ ଧିରେ ଧିରେ ପୂରା ହୋଟେଲକୁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ପୂରା ରେଷ୍ଟୁରାଣ୍ଟ ଜଳିଯାଇଥିବା ଜଣାପଡ଼ିଛି।
ରେଷ୍ଟୁରାଣ୍ଟରୁ ନିଆଁ ବ୍ୟାପି କିଛି ଗାଡ଼ି ମଧ୍ୟ ପୋଡ଼ିଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର ଖବର ପାଇ ନିଆଁ ଲିଭାଇବାକୁ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ନିଆଁର ତୀବ୍ରତା ଅତି ଜୋର ଥିବାରୁ ନିଆଁ ଲିଭାଇବାକୁ ପରିଶ୍ରମ କରିବାକୁ ପଡିଛି। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଥିବା ଜଣାପଡିଛି।








