ଘରୋଇ ମେଡିକାଲ କଲେଜରେ ୭୫% ମହଙ୍ଗା ହେଲା ଏମ୍‌ବିବିଏସ୍‌ ପାଠ

ଭୁବନେଶ୍ୱର,17/08: ଓଡ଼ିଶାରେ ଥିବା ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବା ପାଇଁ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କୁ ପ୍ରାୟ ୭୫ ପ୍ରତିଶତ ଅଧିକ ଫି ଦେବାକୁ ପଡ଼ିବ। ଆଗରୁ କୌଣସି ସୂଚନା ନ ଦେଇ ଫି ବୃଦ୍ଧି କରାଯାଇଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତିନି ବର୍ଷ ତଳେ ସରକାରୀ ମେଡିକାଲ କଲେଜର ନାମଲେଖା ଫି ବୃଦ୍ଧି ହୋଇଥିଲା ବେଳେ ଏବେ ତିନୋଟି ଘରୋଇ କଲେଜ ଫି ଅହେତୁକ ବୃଦ୍ଧି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ପାଠପଢ଼ା ସ୍ବପ୍ନରେ ଡୋରି ବାନ୍ଧିଛି। ଓଡ଼ିଶାରେ ଡାକ୍ତରୀ ପାଠ ପଢା ଫି ଅଧିକ ରହିଥିବାରୁ ଛାତ୍ରଛାତ୍ରୀ ବିଦେଶ ଯାଇ ପାଠ ପଢୁଛନ୍ତି । ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ପରିବାର ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ସରକାରୀ କଲେଜର ଫି ବୃଦ୍ଧି ନିଷ୍ପତ୍ତି ପରେ ଘରୋଇ କଲେଜ ମଧ୍ୟ ଫି ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି ହୋଇଥିଲା। ମାତ୍ର ଦୁଇଟି ଶିକ୍ଷାବର୍ଷରେ କୌଣସି ପ୍ରକାର ବୃଦ୍ଧି ହୋଇ ନ ଥିଲା। ଏବେ ତିନୋଟି ଘରୋଇ ମେଡିକାଲ କଲେଜ ଯଥା ହାଇଟେକ୍ ଭୁବନେଶ୍ୱର, ଡ୍ରିମ୍ସ ମେଡିକାଲ କଲେଜ, କଟକ ଓ ହାଇଟେକ୍ ରାଉରକେଲାର ବିଭିନ୍ନ ପାଠ୍ୟକ୍ରମ ଫି ବଢିଛି। ହାଇଟେକ୍ ମେଡିକାଲ କଲେଜ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଫି ୬ଲକ୍ଷ ୫୦ ହଜାର ଥିବା ବେଳେ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ୧୧ଲକ୍ଷ ୫୬ ହଜାର ଟଙ୍କା ହୋଇଛି। ପିଜି ଇନ୍ ଆନାଟୋମି/ସାଇକୋଲଜି/ବାୟୋ କେମେଷ୍ଟ୍ରୀ ପାଠ୍ୟକ୍ରମ ଫି ୪ଲକ୍ଷ ୫୦ ହଜାରରୁ ୬ଲକ୍ଷ ୯୩ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପିଜି ଇନ୍ ପାରା କ୍ଲିନିକାଲ୍ ପାଠ୍ୟକ୍ରମ ଫି ୭ଲକ୍ଷ ୧୫ ହଜାରରୁ ୮ଲକ୍ଷ ୬୭ହଜାର ଟଙ୍କା ଏବଂ ପିଜି ଇନ୍ କ୍ଲିନିକାଲ ପାଠ୍ୟକ୍ରମ ଫି ୭ଲକ୍ଷ ୧୫ହଜାରରୁ ୧୭ଲକ୍ଷ ୩୩ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ହାଇଟେକ୍ ମେଡିକାଲ କଲେଜ ରାଉରକେଲାର ଫି ବୃଦ୍ଧି ହୋଇଛି। ଏଠାରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଫି ୫ଲକ୍ଷ ୫୦ ହଜାର ଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୮ଲକ୍ଷ ୫୪ ହଜାର ଟଙ୍କା ହୋଇଛି। ପ୍ରଥମ ଥର ପାଇଁ ଏହି କଲେଜର ପିଜି ଇନ୍ ପାରା କ୍ଲିନିକଲ୍ ଓ ପିଜି ଇନ୍ କ୍ଲିନିକାଲ ପାଠ୍ୟକ୍ରମ ଫି ଯଥାକ୍ରମେ ୬ଲକ୍ଷ ୪୧ହଜାର ଓ ୧୨ଲକ୍ଷ ୮୧ହଜାର ଟଙ୍କା ଧାର୍ଯ୍ୟ ହୋଇଛି। କଟକସ୍ଥିତ ଡ୍ରିମସ ମେଡିକାଲ କଲେଜର ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଫି ୬ଲକ୍ଷ ୫୦ ହଜାରରୁ ୯ଲକ୍ଷ ୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ଏସମ୍ପର୍କରେ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ମେଡିକାଲ ନାମଲେଖା କରୁଥିବା ଓଜେଇଇ କର୍ତ୍ତୃପକ୍ଷ ଫି ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ଯାହାକୁ ଅଭିଭାବକ ସହଜରେ ଗ୍ରହଣ କରି ପାରି ନାହାନ୍ତି। କାଉନସେଲିଂ ପାଇଁ ଚଏସ ଲକିଂ ଓ ଫିଲିଂ ଶେଷ ହୋଇ ସାରିଥିବା ବେଳେ ହଠାତ୍ ଫି ବୃଦ୍ଧି ଦ୍ୱାରା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ପୂର୍ବ ବର୍ଷ ଧାର୍ଯ୍ୟ ଫି ଅନୁଯାୟୀ ପିଲାଙ୍କ ନାମଲେଖା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଏବେ ୫୦%ରୁ ଅଧିକ ଫି ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ରାଜ୍ୟ ସରକାର ଏନେଇ ଆଉଥରେ ବିଚାର କରିବାକୁ ଦାବି କରିଛନ୍ତି। ନ ହେଲେ ଚଏସ ଲକିଂ ଓ ଫିଲିଂ ପାଇଁ ଆଉ ଥରେ ସୁଯୋଗ ଦେବାକୁ କେନ୍ଦୁଝର ଆନନ୍ଦପୁରର ଜଣେ ଅଭିଭାବକ ଅନୁରୋଧ କରିଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ରାଜ୍ୟ ସରକାର ଡାକ୍ତରୀ ପାଠପଢ଼ା ପାଇଁ ଆମେରିକା ପରି ୭୫% ଟିକସ ଲଗେଇଛନ୍ତି। ଏଭଳି ଫି ବୃଦ୍ଧି ଗ୍ରହଣୀୟ ନୁହେଁ। ଶିକ୍ଷା ବେପାର ଆଉ ଚାଲିବ ନାହିଁ। ଏଣିକି ଘୋର ବିରୋଧ କରାଯିବ ବୋଲି ସେ କହିଛନ୍ତି।

  • Related Posts

    ଘରେ ଫାଟିଲା ଗ୍ୟାସ ଟାଙ୍କି ; ୩ ଆହତ

    ଖଇରା : ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ସାରଡାଙ୍ଗ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୩ ଜଣ ଆହତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି। ସୂଚନାନୁଯାୟୀ, ମନୋରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ରୋଷେଇ…

    Continue reading
    ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

    କଟକ: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। କଟକ ଜିଲ୍ଲା ବଡ଼ମ୍ବା ଥାନା କୁସାପାଳ ଗାଁର ନରେଶ ନାୟକଙ୍କର ମୃତ୍ୟୁ ହୋଇଛି। ତେବେ ସ୍ଥାନୀୟ ନରେଇଜାନୀ ନିକଟରେ ଥିବା ଏକ ଫାର୍ମ ହାଉସ ରେ ଗତକାଲି ରାତ୍ରିରେ ହାତୀ ପଶିଥିଲା।ହାତୀ ଘଉଡାଇବାକୁ ଯାଇଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ