
ଗଜପତି: ରାସ୍ତା କଡ଼ରେ ଛିଡ଼ା ହୋଇ ବସକୁ ଅପେକ୍ଷା କରୁଥିବାବେଳେ ଯାତ୍ରୀଙ୍କ ଉପରକୁ ଚଢ଼ିଗଲା ହାଇୱା । ଏହି ଦୁର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର । ଘଟଣା ଘଟିଛି ଗଜପତି ଜିଲ୍ଲାର ରାୟଗଡ଼ା ଥାନା ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତ ବଡଗାଁ ଛକ ଠାରେ । ଦୁର୍ଘଟଣା ପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ପ୍ରାଥମିକ ଚିକିତ୍ସା ବେଳେ ଏସ. ବେଣୁ ଗୋପାଳ, ବି. ସନମୁଖା ଦୁଇ ଜଣକ ମୃତ୍ୟୁ ହୋଇଥିବା ବେଳେ, ଏସ. ନାରାୟଣ ରାଓଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଡ୍ରାଇଭର ଫେରାର ଥିବା ଯୋଗୁଁ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ ଓ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ମୁଖ୍ୟ ରାଜରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ମୋହନା ଓ ପାରଳାଖେମୁଣ୍ଡି ରାସ୍ତା ଯାତାୟାତ ବନ୍ଦ ରହିଛି । ସେପଟେ ଡ୍ରାଇଭର ଦୃତଗତି ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।








