ଚତୁର୍ଥ ଦିନ:ମାତ୍ର ୭ ମିନିଟ୍ ଚାଲି ଗୃହକାର୍ୟ୍ୟ ବନ୍ଦ

ଭୁବନେଶ୍ଵର : ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ବିଧାନସଭା ଅଚଳ। କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହାଲ୍ଲାରେ ଚାଲିପାରୁନି ଗୃହ। ପ୍ରଶ୍ନ କାଳ ଆରମ୍ଭରୁ ପ୍ଲାକାର୍ଡ, ପୋଷ୍ଟର ଧରି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଛନ୍ତି। ଅପରାହ୍ନ ୪ଟା ଯାଏଁ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି । ମାତ୍ର ୭ ମିନିଟ୍ ଚାଲି ଗୃହକାର୍ୟ୍ୟ ବନ୍ଦ ରହିଛି।

ରାଜ୍ୟ ସରକାର ​​​​​​​ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରି ଅଫିସରମାନଙ୍କ କ୍ଷମତା ବୃଦ୍ଧି କରିଛନ୍ତି । ଗଣତନ୍ତ୍ର ବ୍ୟବସ୍ଥାକୁ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି ହତ୍ୟା କରିଥିବାରୁ ଏହାକୁ ବିରୋଧ କରି ଗୃହରେ ବିଜେଡି ପ୍ରତିବାଦ କରିଛି। ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୂନର୍ବିଚାର କରିବାକୁ ଦଳ ଦାବି କରିଛି। ସେପଟେ ଅନାସ୍ଥା ନ ଆଣିବାକୁ ଫନ୍ଦି କରିବା ଅଭିଯୋଗରେ କଂଗ୍ରେସ ପ୍ରତିବାଦ କରିଛି। ଯାହାକୁ ନେଇ ଗୃହ ବେଶ ସରଗରମ୍ ରହିଛି। ଚଳିତ ବର୍ଷ ବିଳମ୍ଵରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଏଥର ଅଧିବେଶନରେ ମାତ୍ର ୭ଟି କାର୍ୟ୍ୟ ଦିବସ ରହିଛି। ହେଲେ ସରକାରଙ୍କ ଉପରେ ବିରୋଧୀ ବିଜେଡି ଓ କଂଗ୍ରେସ ଭାରି ପଡ଼ିଛନ୍ତି। ଏହାରି ଭିତରେ ଆଜିକୁ ମିଶାଇ ୪ଟି କାର୍ୟ୍ୟ ଦିବସ ସରିବାକୁ ବସିଥିବା ବେଳେ ଆଉ ମାତ୍ର ୩ଟି କାର୍ୟ୍ୟ ଦିବସ ରହିଛି। ଅଚଳାବସ୍ଥାରେ ଗୃହ ଚାଲିଛି।

  • Related Posts

    କ୍ରୁଜ ମିସାଇଲ- LRLACMର ସଫଳ ପରୀକ୍ଷଣ

    ଚାନ୍ଦିପୁର: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଦୂରଗାମୀ ଆକ୍ରମଣାତ୍ମକ କ୍ରୁଜ ମିସାଇଲ- LRLACM ର ସଫଳ ପରୀକ୍ଷଣ । ଗତକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ବୀପରୁ ଏହି କ୍ଷେପଣସାସ୍ତ୍ରର…

    Continue reading
    ବନ୍ଧା ହେଲେ ରସିକିଆ ପ୍ରଫେସର

    ରାଜଧାନୀରୁ ବନ୍ଧା ହେଲେ ରସିକିଆ ପ୍ରଫେସର । ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା ମହଙ୍ଗା ପଡିଲା। ଅଭିଯୁକ୍ତ ପ୍ରଫେସର ହେଲେ ଅଜିତ ଗୁପ୍ତା । ସେ ଜଣେ ଭେଟେରେନାରି ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ