ଚମ୍ପିଆନ ଟ୍ରଫି ହାସଲ କରିବାରେ ସଫଳ ହୋଇନାହିଁ ଭାରତ

ନୂଆଦିଲ୍ଲୀ: ୟୁଏଇରେ ଗତ ସେପ୍ଟେମ୍ବର ୯ରୁ ୨୮ ପର୍ୟ୍ୟନ୍ତ ଏସିଆ କପ୍‌ କ୍ରିକେଟ ଖେଳାଯାଇଥିଲା। ଟି୨୦ ଫର୍ମାଟରେ ଖେଳାଯାଇଥିବା ଉକ୍ତ ପ୍ରତିଯୋଗିତାର ଫାଇନାଲ ସେପ୍ଟେମ୍ବର ୨୮ରେ ଦୁବାଇରେ ଖେଳାଯାଇଥିଲା। ଫାଇନାଲରେ ଭାରତ ୫ ୱିକେଟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରି ନବମ ଥର ପାଇଁ ଏସିଆ କପ୍‌ ଜିତିଥିଲା। ଭାରତ ପ୍ରତିଯୋଗିତାରେ ଚମ୍ପିଆନ ହୋଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଟ୍ରଫି ହାସଲ କରିବାରେ ସଫଳ ହୋଇନାହିଁ। ବିଜୟ ପରେ ଏସିଆନ କ୍ରିକେଟ ପରିଷଦ(ଏସିସି) ଅଧ୍ୟକ୍ଷ ରହିଥିବା ପାକିସ୍ତାନର ମନ୍ତ୍ରୀ ମୋହସିନ ନକ୍‌ଭି ଟ୍ରଫି ଦେବାକୁ ଆସିବାରୁ ଭାରତୀୟ ଦଳ ତାଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା।
ବିସିସିଆଇ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲା। ଫଳରେ ପ୍ରଥମ ଥର ପାଇଁ କୌଣସି ଦଳ ଚମ୍ପିଆନ ହେବା ପରେ ବିନା ଟ୍ରଫିରେ ବିଜୟ ଉତ୍ସବ ପାଳନ କରିଥିଲା। ନକ୍‌ଭି ଅନ୍ୟ କାହା ଦ୍ବାରା ଭାରତୀୟ ଦଳକୁ ଟ୍ରଫି ଓ ପଦକ ପ୍ରଦାନ କରିବା ପରିବର୍ତ୍ତେ ଟ୍ରଫିକୁ ନେଇ ସେ ପଳାଇ ଯାଇଥିଲେ। ଏଥିମଧ୍ୟରେ ୩ ସପ୍ତାହ ବିତିଯାଇଥିଲେ ମଧ୍ୟ ନକ୍‌ଭି ଭାରତକୁ ଏସିଆ କପ ଟ୍ରଫି ଫେରାଇବାକୁ କୌଣିସ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯାହାକୁ ନେଇ ବିସିସିଆଇ କ୍ଷ୍ୟୁବ୍ଧ ପ୍ରକାଶ କରିଛି। ଏସିଆ କପ ଟ୍ରଫି ବର୍ତ୍ତମାନ ଦୁବାଇର ଏସିସି କାର୍ୟ୍ୟାଳୟରେ ରହିଛି। ନକ୍‌ଭିଙ୍କ ବିନା ଅନୁମତିରେ ଉକ୍ତ ଟ୍ରଫି ସ୍ଥାନାନ୍ତର କିମ୍ବା ହସ୍ତାନ୍ତର କରାଯିବ ନାହିଁ ବୋଲି କଡ଼ା ନିର୍ଦେଶ ରହିଛି। ଏପର୍ୟ୍ୟନ୍ତ ଭାରତକୁ ଟ୍ରଫି ନଫେରାଇବା ଦ୍ବାରା ନକ୍‌ଭିଙ୍କୁ ବିସିସିଅ​‌ାଇ ଚେତାବନୀ ଦେଇଛି।

ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି ଯେ, ବିସିସିଆଇ ପକ୍ଷରୁ ଏସିଆ କପ୍‌ ଟ୍ରଫି ଭାରତକୁ ଫେରାଇବା ନେଇ ନକ୍‌ଭିଙ୍କୁ ଇ -ମେଲ ମାଧ୍ୟମରେ ଅବଗତ କରାଯାଇଛି। ଏବେ ନକ୍‌ଭିଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛୁ। ଯଦି ତାଙ୍କ ପକ୍ଷରୁ କୌଣସି ଉତ୍ତର ନମିଳେ ତେବେ ଆଇସିସିକୁ ଏକ ଇ-ମେଲ କରି ମାମଲା ଆଗକୁ ବଢାଯିବ। ଏହାର ପରିଣାମ ମଧ୍ୟ ନକ୍‌ଭିଙ୍କୁ ଭୋଗିବାକ୍ୁ ପଡ଼ିବ ବୋଲି ସାଇକିଆ କହିଛନ୍ତି। ନକ୍‌ଭି ପାକିସ୍ତାନର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ। ତାଙ୍କ ହାତରୁ ଏସିଆ କପ୍‌-୨୦୨୫ ଟ୍ରଫି ଆମେ ନେବୁ ନାହିଁ ବୋଲି ନିଷ୍ପତ୍ତି ନେଇଥିଲୁ। ଏହାର ଅର୍ଥ ନୁହେଁ ଯେ, ଟ୍ରଫିକୁ ନେଇ ପଳାଇ ଯିବା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆମେ ଆଶା କରୁଛୁ ଟ୍ରଫି ଓ ପଦକ ଯଥାଶୀଘ୍ର ଭାରତକୁ ଫେରାଯିବ ବୋଲି ସାଇକିଆ କହିଛନ୍ତି।

ଏସିଆ କପ ଟ୍ରଫିକୁ ନେଇ ବିବାଦ ​‌େ​‌ଶଷ ହେବାର ନାଁ ନେଉନାହିଁ। ଟୁର୍ଣ୍ଣାମେଣ୍ଟ ଶେଷ ହେବାର ଏଥିମଧ୍ୟରେ ୩ ସପ୍ତାହ ବିତିଯାଇଥିଲେ ମଧ୍ୟ ଟ୍ରଫି ଏପର୍ୟ୍ୟନ୍ତ ଚମ୍ପିଆନ ଭାରତ ପାଖରେ ପହଞ୍ଚିପାରିନାହିଁ। ଯଥାଶୀଘ୍ର ଟ୍ରଫି ଭାରତକୁ ଫେରାଇବା ନେଇ ଶ୍ରୀଲଙ୍କା ଓ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସମର୍ଥନରେ ବିସିସିଆଇ ପକ୍ଷରୁ ଏସିସି ଅଧ୍ୟକ୍ଷ ମୋହସିନ ନକ୍‌ଭିଙ୍କୁ ଇ-ମେଲ ଜରିଆରେ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ପ୍ରସ୍ତାବକୁ ନକ୍‌ଭି ପ୍ରତ୍ୟାଖାନ କରିଦେଇଛନ୍ତି। ଏସିଆ କପ ଟ୍ରଫି ଭାରତକୁ ତୁରନ୍ତ ହସ୍ତାନ୍ତର କରିବା ନେଇ ବିସିସିଆଇ ପକ୍ଷରୁ ଏସୀୟ କ୍ରିକେଟ ପରିଷଦ (ଏସିସି) ମୁଖ୍ୟ ମୋହସିନ ନକ୍‌ଭିଙ୍କୁ ଇ-ମେଲ ମାଧ୍ୟମରେ ଅବଗତ କରାଯାଇଥିଲା। ଏପରିକି ଏସିଆ କପ ଟ୍ରଫି ଯଥାଶୀଘ୍ର ନଫେରାଇଲେ ପରିଣାମ ଭୋଗିବ ବୋଲି ନକ୍‌ଭିଙ୍କୁ ବିସିସିଆଇ ପକ୍ଷରୁ ଚେଚାବନୀ ଦିଆଯାଇଥିଲା। ବିସିସିଆଇର ଉକ୍ତ ଚେତାବନୀକୁ ନକ୍‌ଭି ବେଖାତିର କରିଛନ୍ତି। ବିସିସିଅୀଇର ଚେତାବନୀକୁ ଭୟ କରିବାର ନାହିଁ। ବିସିସିଆଇରୁ କେହି ଜଣେ ଦୁବାଇ ଆସି ମୋ ଠାରୁ ଟ୍ରଫି ନେଇଯିବା ଉଚିତ ବୋଲି ନକ୍‌ଭି କହିଛନ୍ତି। ସୂଚନାଯୋଗ୍ୟ, ଏସିଆ କପ ଟ୍ରଫି ବର୍ତ୍ତମାନ ଦୁବାଇର ଏସିସି କାର୍ୟ୍ୟାଳୟରେ ରହିଛି। ବିନା ଅନୁମତିରେ ଉକ୍ତ ଟ୍ରଫି ସ୍ଥାନାନ୍ତର କିମ୍ବା ହସ୍ତାନ୍ତର କରାଯିବ ନାହିଁ ବୋଲି ନକ୍‌ଭିଙ୍କ କଡ଼ା ନିର୍ଦେଶ ରହିଛି। ବିସିସିଆଇ ନକ୍‌ଭିଙ୍କଠାରୁ ଟ୍ରଫି ଗ୍ରହଣ ନକରିବା ନିଷ୍ପତ୍ତିରେ ଅଟଳ ରହିଛି। କିନ୍ତୁ ଅନ୍ୟପଟେ ନକ୍‌ଭି ଏସିଆ କପ ଟ୍ରଫି ପ୍ରଦାନ କରିବା ଜିଦ୍‌ରେ ଅଟଳ ରହିଛନ୍ତି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ