
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅଗଷ୍ଟ ୩୧ରେ ଚାଇନା ଗସ୍ତ କରିବେ। ଚାଇନାରେ ଅନୁଷ୍ଠିତ ହେବାକୁ ଥିବା ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ ବା ଏସ୍ସିଓ ସମ୍ମିଳନୀରେ ଯୋଗ ଦେବାକୁ ମୋଦି ସେଠାକୁ ଯିବେ। ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ଦୁଇ ଦିନ ଧରି ବେଜିଂରେ ଏସସିଓ ସମ୍ମିଳନୀ ହେବ। ତେଣୁ ମୋଦି ଦୁଇ ଦିନ ଚାଇନାରେ ରହିବେ।
୨୦୧୯ ପରେ ଏହା ମୋଦିଙ୍କ ପ୍ରଥମ ଚାଇନା ଗସ୍ତ। ସେ ଶେଷଥର ପାଇଁ ୨୦୧୯ରେ ଚାଇନା ଗସ୍ତ କରିଥିଲେ। ୨୦୧୯ ଗଲୱାନ ଘାଟି ସଂଘର୍ଷ ପରେ ଚାଇନା ଓ ଭାରତ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ମଧ୍ୟ ଦେଖିବାକୁ ମିଳିଥିଲା। ଦୁଇ ଦେଶ ମଧ୍ୟରେ କୂଟନୀତିକ ସମ୍ପର୍କ ମଧ୍ୟ ବିଗିଡ଼ି ଯାଇଥିଲା। ସେବେଠାରୁ ମୋଦି ଚାଇନା ଗସ୍ତ କରି ନଥିଲେ। ଏବେ କିନ୍ତୁ ସେ ଚାଇନା ଯିବେ ବୋଲି ଜଣାପଡ଼ିଛି।ନିକଟରେ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂର ସମୟରେ ଚାଇନା ପରଦା ପଛରେ ରହି ପାକିସ୍ତାନକୁ ସହଯୋଗ କରିଥିଲା। ଏହାକୁ ନେଇ ଚାଇନା ଉପରେ ମଧ୍ୟ ଦେଶବାସୀ ଖପ୍ପା ହୋଇଥିଲେ। ଏସବୁ ବିବାଦ ମଧ୍ୟରେ ମୋଦି ଚାଇନା ଗସ୍ତ କରିବାକୁ ଦିନ ଧାର୍ୟ୍ୟ ହୋଇଛି।