
ଦେବଗଡ଼ : ସ୍ଥାନୀୟ ଚିନ୍ମୟ ବିଦ୍ୟାଳୟ ଠାରେ ଚିନ୍ମୟ ମିଶନ ପକ୍ଷରୁ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଚାର୍ଯ୍ୟ ସ୍ବାମିନୀ ତନିଷ୍ଠା ନନ୍ଦଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ମିଶନର ସମ୍ପାଦକ ରୋଜି ପ୍ରଧାନ ଏବଂ ଉପ-ସଭାପତି ଜ୍ୟୋସ୍ନା ଦେବୀଙ୍କ ଦ୍ଵାରା ଵୈଦିକ ମନ୍ତ୍ର ମାଧ୍ୟମରେ ଦ୍ୱିପ ପ୍ରଜ୍ବଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ୨ଟି ବିଭାଗର ୭୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ଦ୍ୱାଦଶ ଅଧ୍ୟାୟ (ଭକ୍ତି ଯୋଗ ) ଆଵୃତି କରିଥିଲେ । ଆଠଜଣ ବିଚାରକ ମଣ୍ଡଳୀ ବିଚାରକ ଭାବେ ଯୋଗ ଦେଇଥିଲେ । ପରେ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶାଶ୍ବତୀ ପରିଡ଼ା, ମୁକୁନ୍ଦ ବେହେରା, ସୁମିତ ସାହୁ, ଲିଲି ସାହୁ, ଅଂଜୁ ପ୍ରଧାନ, ସସ୍ମିତା ପ୍ରଧାନ, ଘନଶ୍ୟାମ ବେହେରା, ପ୍ରମୋଦ ଚୈତନ୍ୟ, ମୃତ୍ୟୁଞ୍ଜୟ ଦେବତା, ନିଳାଚଳ ପ୍ରଧାନ, ସ୍ମିତା ପ୍ରଧାନ,ଦୀପକ୍ ମୋହଲା, ସସ୍ମିତା ମୁଖୀ ପ୍ରମୁଖ ସହଯୋଗ କରିଥିଲେ ।







