ଚେନ୍ନାଇକୁ ଫେରିଲେ ରବି ଅଶ୍ୱିନ

ନୂଆଦିଲ୍ଲୀ: ଦୀର୍ଘ ୯ ବର୍ଷ ପରେ ଚେନ୍ନାଇ ସୁପର କିଙ୍ଗସକୁ ଫେରିଛନ୍ତି ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ୨୦୨୫ ଆଇପିଏଲର ମେଗା ଅକ୍ସନରେ ଚେନ୍ନାଇ ତାଙ୍କୁ ୯.୭୫ କୋଟି ଟଙ୍କା ଦେଇ କିଣିଛି। ଅଶ୍ୱିନଙ୍କୁ ନେବା ପାଇଁ ତାଙ୍କ ପୂର୍ବତନ ପ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଜୋରଦାର ଉଦ୍ୟମ କରିଥିଲା। ହେଲେ ଶେଷରେ ୯.୭୫ କୋଟି ଟଙ୍କାରେ ଚେନ୍ନାଇ ତାଙ୍କୁ ନିଜ ସହ ସାମିଲ କରିଛି।

ଅଶ୍ୱିନ ତାଙ୍କ ଆଇପିଏଲ କ୍ୟାରିୟର ଚେନ୍ନାଇରୁ ଆରମ୍ଭ କରିଥିଲେ। ୨୦୦୯ରୁ ୨୦୧୫ ଯାଏ ସେ ଚେନ୍ନାଇ ପାଇଁ ଖେଳିଥିଲେ। ସେ କିଛି ବର୍ଷ ପଞ୍ଜାବ କିଙ୍ଗସ ପାଇଁ ଖେଳିଥିଲେ। ଏହାପରେ ରାଜସ୍ଥାନ ରୟାଲ୍ସକୁ ଆସିଥିଲେ। ଏବେ ପୁଣି ସେ ଚେନ୍ନାଇକୁ ଫେରିଛନ୍ତି।

ଅଶ୍ୱିନ ୬ ବର୍ଷ ଚେନ୍ନାଇରେ ରହିବା ପରେ ୨୦୧୬ରେ ସେ ରାଇଜିଂ ପୁଣେ ସୁପର ଜାଏଣ୍ଟସ ପାଇଁ ଖେଳିଥିଲେ। ୨୦୧୭ରେ ସେ ଆହତ କାରଣ ପାଇଁ ଆଇପିଏଲ ଖେଳି ନଥିଲେ। ୨୦୧୮ରେ ସେ ପଞ୍ଜାବକୁ ଆସିବା ସହ ଅଧିନାୟକ ହୋଇଥିଲେ। ୨୦୨୦ରେ ସେ ଦିଲ୍ଲୀ ପାଇଁ ୨ ବର୍ଷ ଖେଳିଥିଲେ। ୨୦୨୨ ମେଗା ଅକ୍ସନରେ ତାଙ୍କୁ ରାଜସ୍ଥାନ ୫ କୋଟି ଟଙ୍କାରେ କିଣିଥିଲା। ୨୦୨୪ ଯାଏ ସେ ରାଜସ୍ଥାନ ପାଇଁ ଖେଳିଥିଲେ।

  • Related Posts

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍‌ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍‌ ଭାମ୍ବ୍ରି…

    Continue reading
    ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

    ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର