ଚୌଦ୍ୱାର୍ ସର୍କଲ୍ ଜେଲର ଅଧୀକ୍ଷକ ସୁଜିତ ରାଉଳ ଗିରଫ

କଟକ: ଚୌଦ୍ୱାର୍ ସର୍କଲ୍ ଜେଲ୍ର ଅଧୀକ୍ଷକ ସୁଜିତ ରାଉଳ ଗିରଫ ହୋଇଛନ୍ତି । ଚୌଦ୍ୱାର ଥାନା ପୁଲିସ ତାଙ୍କୁ ଭୁବନେଶ୍ୱର ସହିଦନଗରସ୍ଥିତ ବାସଭବନରୁ ଗିରଫ କରିଛି । ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସୁଜିତଙ୍କୁ ଚୌଦ୍ୱାର ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ତେବେ ଜଣେ ଜେଲ୍ ଅଧୀକ୍ଷକ ଗିରଫ ହୋଇ ନିଜ ଜେଲ୍‌ ରହିବା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି । ମଣ୍ଡଳ କାରାଗାରର ଗୁରୁତ୍ୱପୂର୍ଣ୍ଣ ମିନିଟ୍ସ ବୁକ୍‌ରେ ଚଞ୍ଚକତା କରିବା ନେଇ ସୁଜିତଙ୍କ ନାଁରେ ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା । ଜେଲ୍ରୁ ଦୁଇ ବିହାରୀ ଅପରାଧୀ ଫେରାର୍ ହେବା ପରେ ସୁଜିତ ନିଜକୁ ବଞ୍ଚାଇବା ପାଇଁ ଏଭଳି ଚଞ୍ଚକତା କରିଥିଲେ ବୋଲି ତାଙ୍କ ନାଁରେ ତତ୍କାଳୀନ ଜେଲର୍ ସନ୍ତୋଷିନୀ ଦାଶ ଏତଲା ଦେଇଥିଲେ । ଗିରଫଦାରୀ ଏଡ଼ାଇବା ପାଇଁ ସୁଜିତ୍ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମ୍‌କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟରେ ଜାମିନ୍ ଆବେଦନ ବିଚାରାଧୀନ ।୨୦୨୫ ଅକ୍ଟୋବର ୨ ତାରିଖ ରାତିରେ ଚୌଦ୍ୱାର ଜେଲ୍ରୁ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର୍ ହୋଇଯାଇଥିଲେ । ସେ ସମୟରେ ଜେଲ୍ର ଅଧୀକ୍ଷକ ସୁଜିତ ରାଉଳ ଡ୍ୟୁଟିରେ ନ ଥିଲେ । ଏହି ବେଆଇନ ଅନୁପସ୍ଥିତିକୁ ଲୁଚାଇବାକୁ ଯାଇ ସେ ଜେଲ୍‌ର ମିନିଟ୍ସ ବୁକ୍‌ରେ ଜାଲିଆତି କରିଥିଲେ । ନିଜ ଉପସ୍ଥିତି ଜାହିର କରିବା ସହିତ ଜେଲରଙ୍କ ଅଜାଣତରେ ତାଙ୍କ କାଗଜପତ୍ରରେ ଜାଲ୍ ଦସ୍ତଖତ ବି କରାଇଥିଲେ । ଏହା ଜେଲର୍ ସନ୍ତୋଷିନୀ ଦାଶ ଜାଣି ଚୌଦ୍ୱାର ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ମିନିଟ୍ସ ବୁକ୍ ଓ ଅନ୍ୟ କାଗଜପତ୍ର ପହଞ୍ଚାଇବା ପାଇଁ ବାରମ୍ବାର ଅଧୀକ୍ଷକ ଶ୍ରୀ ରାଉଳଙ୍କୁ ଚିଠି କରିଥିଲା । ମାତ୍ର ସେ ତାହା ପ୍ରଦାନ କଲେନି । ଇତିମଧ୍ୟରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଅଧୀକ୍ଷକ ସୁଜିତ ରାଉଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ସୁଜିତଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ।
ମାତ୍ର ଗତ ଅଗଷ୍ଟ ୨୯ ତାରିଖରେ ସୁଜିତଙ୍କ ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର କରିବା ସହିତ ଆଗୁଆ ଜାମିନ ଆବେଦନକୁ ରଦ୍ଦ କରିଦେଇଥିଲେ । ଗତ ସେପ୍ଟେମ୍ବର ୪ରେ ସୁଜିତ ଆଗୁଆ ଜାମିନ ଆବେଦନ ସୁପ୍ରିମ୍‌କୋର୍ଟରେ କରିଥିଲେ । ହାଇକୋର୍ଟଙ୍କ ଆଦେଶକୁ ସେ ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ୍ କରିଥିଲେ । ଯାହା ଏବେ ବିଚାରାଧୀନ । ଚୌଦ୍ୱାର ପୁଲିସ ମଧ୍ୟରାତ୍ରିରେ ସୁଜିତଙ୍କୁ କୋର୍ଟରେ ହାଜର କରାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୁଜିତଙ୍କୁ ଚୌଦ୍ୱାର ଜେଲ୍‌ରେ ରଖାଯାଇଛି ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ