ଛାତ୍ରଛାତ୍ରୀ ହିଁ ବିକଶିତ ଓଡ଼ିଶାର ପାର୍ଟନର୍ – ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଛାତ୍ରଛାତ୍ରୀମାନେ ବିଶାଳ ସ୍ବପ୍ନ ଦେଖିବା ଉଚିତ। ଅଭିଭାବକମାନେ ନିଜ ପିଲାଙ୍କୁ କେବଳ ଡାକ୍ତର ଇଞ୍ଜିନିୟର କରିବା ଘୋଡା ଦୌଡରେ ସାମିଲ ନକରି ପିଲାମାନଙ୍କୁ ନିଜ ଇଚ୍ଛାରେ ଉଡିବାକୁ ଦିଅନ୍ତୁ। ସ୍ଵପ୍ନ ଦେଖିବା ପାଇଁ ସୁଯୋଗ ଦିଅନ୍ତୁ, ଏବଂ ସ୍ଵପ୍ନକୁ ପୂରଣ କରିବା ପାଇଁ ସେମାନଙ୍କୁ ସାହାଯ୍ୟ କରନ୍ତୁ। ଆଗାମୀ ଦିନରେ ସମୃଦ୍ଧ ଓଡିଶା ଓ ବିକଶିତ ଭରତ ଗଢିବା ପାଇଁ ଏଇ ଛାତ୍ରଛାତ୍ରୀମାନେ ଅବିଚ୍ଛେଦ୍ୟ ଅଙ୍ଗ ହେବେ ବୋଲି ମହାଲକ୍ଷ୍ମୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଅଭିଭାଷଣ ରଖି ସେ କହିଥିଲେ ଯେ ଶିକ୍ଷା ହେଉଛି ମାନବ ସଭ୍ୟତାର ବିକାଶର ପ୍ରଥମ ପାହାଚ। କେଉଁ ପ୍ରାଚୀନ କାଳରୁ ଭାରତରେ ଗୁରୁକୁଳରୁ ଆରମ୍ଭ କରି ନାଳନ୍ଦା ବିଶ୍ୱବିଦ୍ୟାଳୟ, ତକ୍ଷଶୀଳା, ବିକ୍ରମଶୀଳା, ପୁଷ୍ପଗିରି ବିଶ୍ବ ବିଦ୍ୟାଳୟ ପରି ଶିକ୍ଷା ସଂସ୍ଥା ବିଦ୍ୟାର୍ଥୀମାନଙ୍କୁ ବିଦ୍ବାନ କରି ଗଢି ତୋଳୁଥିଲେ। ସାରା ବିଶ୍ୱରୁ ବିଦ୍ୟାର୍ଥୀମାନେ ପ୍ରାଚୀନ ଭାରତରେ ଗଢି ଉଠିଥିବା ଶିକ୍ଷା ସଂସ୍ଥାକୁ ଛୁଟି ଆସୁଥିଲେ। କିନ୍ତୁ ଆଜି ସମୟ ବଦଳିଛି, ଶିକ୍ଷାଦାନ, ଶିକ୍ଷା ଆହରଣ ପଦ୍ଧତି ମଧ୍ୟ ବଦଳିଛି।

ଆଜିର ପିଲାମାନେ ଅତ୍ୟନ୍ତ ବିଚକ୍ଷଣ, ବୁଦ୍ଧିମାନ ଏବଂ ପ୍ରତିଭାବାନ୍। ଗତ ଦୁଇ ଦଶନ୍ଧିରେ ବିଶ୍ଵରେ ହେଉଥିବା ବୈପ୍ଳବିକ ପରିବର୍ତ୍ତନ ଓ ବିକାଶ ସମ୍ଭବ ହୋଇଛି ସମାଜର ଛାତ୍ର ଛାତ୍ରୀଙ୍କ ପ୍ରତିଭା ଓ ଜ୍ଞାନ ବଳରେ। ଆଗାମୀ ଦିନରେ ଏହି ଜ୍ଞାନର ପରିସୀମା ଆହୁରି ବୃଦ୍ଧି ହେବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଆମ ସରକାର ଆସିବା ଦିନ ଠାରୁ ହିଁ ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣିବାକୁ ପ୍ରୟାସ କରୁଛନ୍ତି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏହାର ଏକ ପ୍ରକୃଷ୍ଟ ଉଦାହରଣ। ରାଜ୍ୟର ପ୍ରତ୍ୟେକ ପଞ୍ଚୟତରେ ଏହି ବିଶ୍ଵସ୍ତରୀୟ ବିଦ୍ୟାଳୟ ନିର୍ମାଣ ହେବ ଏବଂ ଏହି ଦିଗରେ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଠିକ୍ ସେହିପରି ନୂତନ ଶିକ୍ଷାନୀତି-୨୦୨୦ର ପ୍ରଣୟନ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଦଶା ଓ ଦିଶାକୁ ନୂତନ ଦିଗନ୍ତ ଦେବ। ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦିଗଦର୍ଶନରେ ଏହି ଶିକ୍ଷା ନୀତି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉଅଛି।

୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ୪୫ ହଜାରରୁ ଅଧିକ ଶିଶୁ ବାଟିକା, ପ୍ରାକ୍‌-ପ୍ରାଥମିକ ଶ୍ରେଣୀ ପ୍ରତିଷ୍ଠା କରାଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ୫-୬ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ଶ୍ରେଣୀଗୁଡ଼ିକ ପ୍ରଚଳନ କରାଯାଉଛି । ଜାତୀୟ ଶିକ୍ଷା ନୀତି ସହ ସମନ୍ୱୟ ରଖି ନୂତନ ଭାବରେ କାର୍ଯ୍ୟକାରୀ ହୋଇଥିବା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ‘ପିଏମ୍‌ଶ୍ରୀ’ ଅଧୀନରେ ରାଜ୍ୟର ୭୬୨ ସ୍କୁଲକୁ ଆଦର୍ଶ ସ୍କୁଲ ଭାବରେ ବିକଶିତ କରାଯିବ ।

ପିଲାମାନଙ୍କର ମୌଳିକ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ‘ନିପୁଣ ଓଡ଼ିଶା’ ମିଶନ କାର୍ଯ୍ୟକାରୀ କରାଯାଉଛି।ପ୍ରତ୍ୟେକ ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ଏବଂ ୧୦୦ ବର୍ଷରୁ ଅଧିକ ପୁରୁଣା ସମସ୍ତ ବିଦ୍ୟାଳୟକୁ ସଂରକ୍ଷଣ ଏବଂ ପୁନଃନିର୍ମାଣ କରିବା ଲକ୍ଷ୍ୟ ନେଇ ଐତିହ୍ୟ ବିଦ୍ୟାଳୟ ଯୋଜନା ଲାଗୁ କରାଯାଇଛି । ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ସହିତ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବିସ୍ତାର କରାଯାଇଛି ବୋଲି ସେ କହିଥିଲେ।

ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ନାଏକ,କମିଟି ସମ୍ପାଦକ ଶ୍ରୀଯୁକ୍ତ ବଂଶୀଧର ସାହୁ, ଅବସପ୍ରାପ୍ତ ପ୍ରିନ୍ସିପାଲ ଚିତ୍ତରଞ୍ଜନ ମିଶ୍ର, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନାତନ ଖଟୁଆ, ପୂର୍ବତନ ଛାତ୍ର ଉତ୍ତମ କୁମାର ସାହୁ ମଞ୍ଚାସିନ ଥିଲେl

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ