ଜନ ଭାଗିଦାରୀ – ସବସେ ଦୂର , ସବସେ ପେହେଲେ ପ୍ରସ୍ତୁତି

ଦେବଗଡ଼ ଜିଲ୍ଲାପାଳ ଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ, ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝି ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜନ ଭାଗିଦାରୀ – ସବସେ ଦୂର , ସବସେ ପେହେଲେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜନ ଭାଗିଦାରୀ – ସବସେ ଦୂର , ସବସେ ପେହେଲେ (IEC) ଅଭିଯାନ ଏବଂ ତା ୧୮ ୦୫.୨୦୨୬ ରିଖ ରୁ ତା ୨୫.୫.୨୦୨୬ ରିଖ ପର୍ଯ୍ୟନ୍ତ ଜିଲ୍ଲାରେ ତିନି ବ୍ଲକ୍ ରେ ପ୍ରଧାନମନ୍ତ୍ରୀ ଜନ୍ ମନ ଓ DAJGUA ଅନ୍ତର୍ଗତ ଆସୁଥିବା ୮୮ ଟି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବିଭିନ୍ନ କଲ୍ୟାଣ କାରି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପରାମର୍ଶ ଦେଇଥିଲେ।ତତ ସହିତ ଏହି ଅଭିଯାନ ସମୟ ମଧ୍ୟରେ ସୂଚନା ଶିକ୍ଷା ଯୋଗା ଯୋଗ (IEC)ର
ପୂର୍ଣ୍ଣ ସୁବିଧା ଅନ୍ତର୍ଭୁକ୍ତି ଶିବିର କ୍ୟାମ୍ପ, ସ୍ୱାସ୍ଥ୍ୟ ଶିବିର ଏବଂ ୪୭ ଗୋଟି ଆଦି ସେବା କେନ୍ଦ୍ରଗୁଡ଼ିକରେ ଅଭିଯୋଗ ଶୁଣାଣି ଓ ସମାଧାନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନିମନ୍ତେ ସ୍ଥରୀକୃତ ହୋଇଥିଲା ଯାହା ମାଧ୍ୟମରେ ସରକାରୀ ଯୋଜନାର ସୁବିଧା ଦୂରଦୁରାନ୍ତ ଅଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆ ଯାଇପାରିବ ବୋଲି ମତ ପ୍ରଦାନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ,ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦିଲୀପ କୁମାର ପ୍ରଧାନ,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର,ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ଚନ୍ଦ୍ର ମହାରଣା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ତିନି ବ୍ଲକର ଗୋଷ୍ଠୀଉନ୍ନୟନ ଅଧିକାରୀ,ତହସିଲଦାର ଓ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କ୍ରେଡିଟ୍ ଲିଙ୍କେଜ୍‌ରେ ରାଇକିଆ ବ୍ଲକକୁ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ

    ରାଇକିଆ, ୧୫/୦୫ : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଳମ୍ବନକୁ ଗୁରୁତ୍ୱ ଦେଇ ୨୦୨୫-୨୬ ଆର୍ଥିକ ବର୍ଷରେ ଚାଲିଥିବା ମହିଳା ସ୍ୱଂ ସହାୟକ ଗୋଷ୍ଠୀ କ୍ରେଡିଟ୍ ଲିଙ୍କେଜ୍ କାର୍ଯ୍ୟକ୍ରମରେ ରାଇକିଆ ବ୍ଲକ ଉଲ୍ଲେଖନୀୟ ସଫଳତା ହାସଲ କରିଛି…

    Continue reading
    ରାଇକିଆ ପଂଚାୟତ ସମିତି କାର୍ଯ୍ୟାଳୟରେ ପ୍ରଶିକ୍ଷଣ କାଳୀନ କାର୍ଯ୍ୟକ୍ରମ

    ରାଇକିଆ, ୧୫/୦୫ : ନୂତନ ଶିକ୍ଷା ନୀତି (ଏନ ଇ ପି ୨୦୨୦) ଅନୁଯାୟୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଉମାକାନ୍ତ ରଥଙ୍କ ମାର୍ଗଦର୍ଶନରେ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ରାଇକିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ପ୍ରଶିକ୍ଷଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ