
କେନ୍ଦ୍ରାପଡା: ଡାକ୍ତରଙ୍କୁ ପିଟିପିଟି ହତ୍ୟା। ଉଗ୍ରରୂପ ନେଲା ଜମିବାଡ଼ି ବିବାଦ। ବଡ଼ଭାଇ ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ସାନଭାଇ ମୃତ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ବାରଡାଙ୍ଗ ନାଉରୀ ସାହିରେ ଘଟିଛି ଅଭାବନୀୟ ଘଟଣା। ଗୁରୁବାର ବିଳମ୍ବିତ ରାତିରେ ଗୋଲକ ଏବଂ ତାଙ୍କ ବଡ ଭାଇ ଅଭୟଙ୍କ ମଧ୍ୟରେ ପୂର୍ବ ଜମିବାଡି ବିବାଦକୁ ନେଇ ପାଟିତୁଣ୍ଡ ହୋଇଥିଲା l
ପରେ ଅଭୟଙ୍କ ପରିବାର ଲୋକେ ଗୋଲକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ଗୋଲକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅଭୟଙ୍କ ସମେତ ୪ ଜଣଙ୍କୁ ଅଟକ ରଖିଛି l




