ଜମ୍ମୁ କାଶ୍ମୀରର ରିଆସି ଜିଲାରେ ଭୂସ୍ଖଳନ, ୭ମୃତ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର ରିଆସି ଜିଲାର ମାହୁର ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଫଳରେ ଭଗ୍ନାବିଶେଷ ତଳେ ଚାପି ହୋଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆହୁରି ଅନେକ ଲୋକ ଏବେ ବି ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ଅନେକ ଘର ଭଗ୍ନାବିଶେଷ ଏବଂ ପାଣିରେ ଭାସି ଯାଇଛି । ପୁଲିସ ଏବଂ ସେନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଭଗ୍ନାବିଶେଷ ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।

ସୂଚନା ଅନୁସାରେ ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଜାରି ରହିଛି । ପ୍ରତିଦିନ ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ସହିତ ବନ୍ୟା ଏବଂ ଭୂସ୍ଖଳନ ଭଳି ଘଟଣା ଘଟୁଛି । ବନ୍ୟା ଓ ଭୂସ୍ଖଳନ ଯୋଗୁ ଜମ୍ମୁ-ଶ୍ରୀନଗର, ମନାଲି-ଲେହ ରାଜପଥ ସମେତ ଅନେକ ରାସ୍ତା ପ୍ରଭାବିତ ହୋଇଥିବାରୁ ଗାଁ ଓ ସହରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନଦୀ କୂଳିଆ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

  • Related Posts

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ଚୀନ, 01/09: ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ଵିପାକ୍ଷିକ ଆଲୋଚନା ସମ୍ପନ୍ନ ହୋଇଛି। ୪୦ ମିନିଟ ଧରି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା କାଳରେ ବିଶେଷକରି ଉଭୟ ଦେଶର…

    Continue reading
    ମନ୍‌ କି ବାତ୍‌ରେ ଏମିତି କହିଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ୟ୍ୟକ୍ରମ ‘ମନ୍‌ କି ବାତ୍‌’ର ୧୨୫ତମ ଏସିସୋଡରେ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା ଝିଅ ରଶ୍ମିତା ସାହୁଙ୍କ ସହ କଥା ହେବା ସହିତ ସ୍ୱଦେଶୀ ଉତ୍ପାଦ ଉପଯୋଗ କରିବାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ