ମନ୍‌ କି ବାତ୍‌ରେ ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ୟ୍ୟକ୍ରମ ‘ମନ୍‌ କି ବାତ୍‌’ର ୧୨୫ତମ ଏସିସୋଡରେ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା ଝିଅ ରଶ୍ମିତା ସାହୁଙ୍କ ସହ କଥା ହେବା ସହିତ ସ୍ୱଦେଶୀ ଉତ୍ପାଦ ଉପଯୋଗ କରିବାକୁ ଅପିଲ୍ କରିଛନ୍ତି । ଏହା ସହିତ ଭୂସ୍ୱର୍ଗରୁ ନେଇ ଦେବଭୂମିରେ ହୋଇଥିବା ପ୍ରାକୃତିକ ବିପର୍ୟ୍ୟୟକୁ ନେଇ ଦୁଃଖ ପ୍ରକାଶ କରି ପୀଡ଼ିତଙ୍କ ଦୁଃଖ ଆମର ଦୁଃଖ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
‘ଦୁଃଖ ଦେଇଛି ପ୍ରାକୃତିକ ବିପର୍ୟ୍ୟୟ’- ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,” ଏହି ମୌସୁମୀ ଋତୁରେ, ପ୍ରାକୃତିକ ବିପର୍ୟ୍ୟୟ ଦେଶକୁ ପରୀକ୍ଷା କରୁଛି । ଗତ କିଛି ସପ୍ତାହ ମଧ୍ୟରେ, ଆମେ ବନ୍ୟା ଏବଂ ଭୂସ୍ଖଳନର କ୍ଷୟକ୍ଷତି ଦେଖିଛୁ । କେଉଁଠି ଘର ନଷ୍ଟ ହୋଇଯାଇଛି, କେଉଁଠି କ୍ଷେତ ବୁଡ଼ି ଯାଇଛି । ଫସଲ ନଷ୍ଟ ହୋଇଛି । କେଉଁଠି ପାଣିର ଦ୍ରୁତ ପ୍ରବାହରେ ପୋଲ୍ ଭାସି ଯାଇଛି, ରାସ୍ତାଘାଟ ବୁଡ଼ିଛି । ଲୋକଙ୍କ ଜୀବନ ବିପଦରେ ଫସିଛି । ଏହି ଘଟଣାଗୁଡ଼ିକ ପ୍ରତ୍ୟେକ ଭାରତୀୟଙ୍କୁ ଦୁଃଖ ଦେଇଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରର ଯନ୍ତ୍ରଣା ଆମ ସମସ୍ତଙ୍କର ଯନ୍ତ୍ରଣା । ପୀଡ଼ିତଙ୍କୁ ଦୁଃଖ ଆମର ଦୁଃଖ ।”

୧୨୫ତମ ମନ୍‌ କି ବାତ୍‌ରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀନଗରରେ ଆୟୋଜିତ ୱାଟର ସ୍ପୋର୍ଟସରେ ଭାଗ ନେଇଥିବା ରଶ୍ମିତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ନୌଚାଳନାରେ ଭାଗ ନେଇଥିବା ରଶ୍ମିତାଙ୍କୁ ୨ଟି ସ୍ବର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କିପରି କ୍ରୀଡ଼ା ଜୀବନ ଆରମ୍ଭ କଲେ, କ’ଣ ସଂଘର୍ଷ ଥିଲା ପଚାରି ବୁଝିଲେ ପିଏମ୍‌ । ସଂଘର୍ଷ ସତ୍ତ୍ବେ ଖେଳକୁ ନ ଛାଡ଼ି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୱାଟର ସ୍ପୋର୍ଟସକୁ ଅଧିକ ଲୋକପ୍ରିୟ କରିବାକୁ ଆହ୍ୱାନ ଦେଇଛନ୍ତି । ଜାତୀୟ ଚାମ୍ପିଅନସିପ ଓ ଜାତୀୟ କ୍ରାଡାରେ ରଶ୍ମିତା ୧୩ ସ୍ୱର୍ଣ୍ଣ ପଦକ ସହିତ ୪୧ଟି ପଦକ ଜିତିଛନ୍ତି ।
ମନ୍‌ କି ବାଦରେ ପ୍ରଧାନମନ୍ତ୍ରୀ କହିଛନ୍ତି ବନ୍ୟା ଏବଂ ବର୍ଷାର ଏହି କ୍ଷୟକ୍ଷତି ମଧ୍ୟରେ, ଜମ୍ମୁ ଏବଂ କାଶ୍ମୀର ମଧ୍ୟ ଦୁଇଟି ବିଶେଷ ସଫଳତା ହାସଲ କରିଛି । ଜମ୍ମୁ ଏବଂ କାଶ୍ମୀର ପୁଲୱାମାର ଏକ ଷ୍ଟାଡିୟମରେ ରେକର୍ଡ ସଂଖ୍ୟକ ଲୋକ ଏକାଠି ହୋଇଥିଲେ । ପୁଲୱାମାର ପ୍ରଥମ ଦିବାରାତ୍ର କ୍ରିକେଟ୍ ମ୍ୟାଚ୍ ଖେଳାଯାଇଥିଲା। ପୂର୍ବରୁ ଏହା ଅସମ୍ଭବ ଥିଲା, କିନ୍ତୁ ଏବେ ମୋ ଦେଶ ବଦଳୁଛି । ଏହି ମ୍ୟାଚ୍ ‘ରୟାଲ୍ ପ୍ରିମିୟର ଲିଗ୍’ର ଏକ ଅଂଶ, ଯେଉଁଥିରେ ଜମ୍ମୁ ଏବଂ କାଶ୍ମୀରର ବିଭିନ୍ନ ଦଳ ଖେଳୁଛନ୍ତି । ଦ୍ୱିତୀୟ ସଫଳତାଟି ହେଉଛି ଦେଶର ପ୍ରଥମ ‘ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ’ ଶ୍ରୀନଗରର ଡାଲ୍ ହ୍ରଦରେ ହୋଇଥିଲା । ଏପରି ଏକ ଉତ୍ସବ ଆୟୋଜନ କରିବା ପାଇଁ ଏକ ବିଶେଷ ସ୍ଥାନ । ଏହାର ଉଦ୍ଦେଶ୍ୟ ହେଉଛି ଜମ୍ମୁ ଏବଂ କାଶ୍ମୀରରେ ଜଳ କ୍ରୀଡ଼ାକୁ ଅଧିକ ଲୋକପ୍ରିୟ କରିବା ଏବଂ ସାରା ଭାରତରୁ ୮୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ ।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ