ଜମ୍ମୁ କାଶ୍ମୀରର ରିଆସି ଜିଲାରେ ଭୂସ୍ଖଳନ, ୭ମୃତ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର ରିଆସି ଜିଲାର ମାହୁର ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଫଳରେ ଭଗ୍ନାବିଶେଷ ତଳେ ଚାପି ହୋଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆହୁରି ଅନେକ ଲୋକ ଏବେ ବି ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ଅନେକ ଘର ଭଗ୍ନାବିଶେଷ ଏବଂ ପାଣିରେ ଭାସି ଯାଇଛି । ପୁଲିସ ଏବଂ ସେନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଭଗ୍ନାବିଶେଷ ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।

ସୂଚନା ଅନୁସାରେ ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଜାରି ରହିଛି । ପ୍ରତିଦିନ ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ସହିତ ବନ୍ୟା ଏବଂ ଭୂସ୍ଖଳନ ଭଳି ଘଟଣା ଘଟୁଛି । ବନ୍ୟା ଓ ଭୂସ୍ଖଳନ ଯୋଗୁ ଜମ୍ମୁ-ଶ୍ରୀନଗର, ମନାଲି-ଲେହ ରାଜପଥ ସମେତ ଅନେକ ରାସ୍ତା ପ୍ରଭାବିତ ହୋଇଥିବାରୁ ଗାଁ ଓ ସହରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନଦୀ କୂଳିଆ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ