ଜଳିଗଲା ଯାତ୍ରୀବାହୀ ବସ୍‌, ୨ଜଣ ଜୀବନ୍ତ ଦଗ୍ଧ

ଫିରୋଜାବାଦ: ଉତ୍ତରପ୍ରଦେଶର ଲକ୍ଷ୍ନୌ ଏକ୍ସପ୍ରେସୱେରେ ଗୁରୁବାର ରାତି ପ୍ରାୟ ୨ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କାନପୁରରୁ ଗୁରୁଗ୍ରାମ ଯାଉଥିବା ଏକ ଯାତ୍ରୀବାହୀ ବସ୍ ମାଟସେନା ଥାନା ଅଞ୍ଚଳର ମାଇଲଷ୍ଟୋନ୍ ୪୬ରେ ଆଗକୁ ଥିବା ଏକ କଣ୍ଟେନର ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍ ଟି ଓଲଟି ପଡ଼ିଲା ଏବଂ ସଙ୍ଗେ ସଙ୍ଗେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଏବଂ ଯାତ୍ରୀଙ୍କ ଚିତ୍କାର ଶୁଣି ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ପହଞ୍ଚିଥିଲେ। ବହୁ ଚେଷ୍ଟା ପରେ ପାଞ୍ଚଟି ଅଗ୍ନିଶମ ବାହିନୀ ଗାଡ଼ି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହା ପୂର୍ବରୁ ବସର ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

  • Related Posts

    ୧୦, ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟକୁ ମଞ୍ଜୁରି

    ନୂଆଦିଲ୍ଲୀ: ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି । କେନ୍ଦ୍ର ସରକାର ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ର ଫିଲ୍ଡ ଟ୍ରାଏଲ ବା କ୍ଷେତ୍ରୀୟ ପରୀକ୍ଷଣକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଭୟ ବର୍ଗରେ ୧୦୦ କୋଟି ଲେଖାଏଁ ପ୍ଲାଷ୍ଟିକ ନୋଟ…

    Continue reading
    ଜିମ୍ବାୱେରେ  ଡଙ୍ଗା ବୁଡ଼ିଲା; ୧୫  ମୃତ

    ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଚି। ରିପୋର୍ଟ ଅନୁଯାୟୀ ୧୫ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି ଏବଂ ୨୦ ରୁ ଅଧିକ ନିଖୋଜ ଅଛନ୍ତି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ