
ଦେବଗଡ଼:ତିଲେଇବଣି ବ୍ଲକର କଳାମାଟିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୋସିଆଲ ମିଡିଆର ସୁରକ୍ଷା ଓ ସାଇବର ଆଇନ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୃଜନ ସାରସ୍ବତ, ରିମାଣ୍ଡ ଆଡଭୋକେଟ ଜୟନ୍ତ କିଶୋର ମହାନ୍ତି, ବିଦ୍ୟାଳୟର ଅଧ୍ୟକ୍ଷ ଡୋମନ ଏକ୍କା, ଅଧ୍ୟାପକ ମନୋରଞ୍ଜନ ବାରିକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆଇନ ସଂପର୍କରେ ସଚତେନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ।







