ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦୁର୍ବ୍ୟହାର ଘଟଣା, କାରଣ ଦର୍ଶାଅ ନୋଟିସ ଜାରି

ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ଦୁର୍ବ୍ୟବହାର ଘଟଣାରେ ରେଢ଼ାଖୋଲ ତହସିଲ ଅଫିସର ଅମିନ ତଥା ରେକର୍ଡ କିପର କୁଳମଣି ନାଏକଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ। ନିଲମ୍ବନ ଅବଧି ସମୟରେ ତାଙ୍କୁ ରେଢ଼ାଖୋଲ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ଘଟଣାରେ ତହସିଲଦାର ଦେବାଶିଷ ପାତ୍ର ମଧ୍ୟ ସଂପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ପଠାଇଥିବା ଜଣାପଡ଼ିଛି।
ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ତହସିଲଦାର ଓ ତାଙ୍କ ଅଫିସର ଅମିନ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଢ଼ାଖୋଲ ଉପ-ଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲେ। ବିଭିନ୍ନ ପକ୍ଷର ବୟାନ ଓ ସିସିଟିଭି ଫୁଟେଜ ଆଧାରରେ ଉପ-ଜିଲ୍ଲାପାଳ ତାଙ୍କ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେଇଥିଲେ। ତାଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଅମିନ କୁଳମଣି ନାଏକଙ୍କୁ ନିଲମ୍ବନ କରିଛନ୍ତି।
ଗତ ୧୩ ତାରିଖରେ ଏହି ଘଟଣା ଘଟିଥିଲା। ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ ତହସିଲଦାରଙ୍କୁ ଭେଟିବାକୁ ତାଙ୍କ ଚ୍ୟାମ୍ବରକୁ ଯାଇଥିବା ବେଳେ ତହସିଲଦାର ତାଙ୍କୁ ଦୁର୍ବ୍ୟବହାର କରିଥିବା ବେଳେ ଅମିନ କୁଳମଣି ନାଏକ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

Related Posts

ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

ଭୁବନେଶ୍ଵର, ୦୮ / ୦୮: ଅଗଷ୍ଟ ୩୧ରେ ପ୍ରତିବର୍ଷ ଭଳି ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ଉତ୍ସବ ପାଳନ ସ୍ୱରୂପ ୧୧୫ଗୋଟି ପୌରପାଳିକାରେ ସପ୍ତାହବ୍ୟାପୀ ବିଭିନ୍ନ…

ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର,୦୮/୦୮ (ଗର୍ବିିତ ଓଡିଆ ବ୍ୟୁରୋ):ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର…

Leave a Reply

Your email address will not be published. Required fields are marked *

You Missed

ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୭ମୃତ

ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ