ଦେବଗଡ଼ ତା.୧୧.୦୫.୨୦୨୬.
ଆଜି ତିଲେଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୧୮ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୦୯ ଟି ବ୍ୟକ୍ତିଗତ ଏବଂ ୦୯ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି ।ଜମି ପଟ୍ଟା ସଂଶୋଧନ, କେନାଲ, ନଳକୂପ ଖନନ , ଝାଲିଆ ମରା ରାସ୍ତା ନିର୍ମାଣ ଓ କ୍ଳବ୍ ଘର ନିର୍ମାଣ ନିମନ୍ତେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ଶିବିରରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର,ବନଖଣ୍ଡ ଅଧିକାରୀ ମିସ୍ ରଶ୍ମି ଜି,ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ,ଉପଜିଲ୍ଲାପାଳ ପରିକ୍ଷିତ ସାହୁ , ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା ଓ ତହସିଲଦାର କର୍ଣ୍ଣ ମଲିକ୍ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା
ବେଙ୍ଗାଲୁରୁ: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବେଙ୍ଗାଲୁରୁସ୍ଥିତ ୟୁ.ଆର୍.ରାଓ ସାଟେଲାଇଟ୍ ସେଣ୍ଟର (URSC) ଏବଂ ଇସ୍ରୋ ସାଟେଲାଇଟ୍ ଇଣ୍ଟିଗ୍ରେସନ୍ ଆଣ୍ଡ ଟେଷ୍ଟ ଏଷ୍ଟାବ୍ଲିଶମେଣ୍ଟ (ISITE) ପରିଦର୍ଶନ କରିଛନ୍ତି। ବର୍ତ୍ତମାନର ଶାସନ ବ୍ୟବସ୍ଥା ଏବଂ ବୈଜ୍ଞାନିକ…


