
ଦେବଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ଡିଏନସି କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଙ୍ଗନବାଡି ସେବା ଅଧିନରେ ପୁଷ୍ଟିକର ସୂଚକ,ପରିପୂରକ ପୁଷ୍ଟିକରର ଗୁଣବତ୍ତା,ଜିଲ୍ଲାର ପୁଷ୍ଟିକର ଯୋଜନା ଓ ପୋଷଣ ଟ୍ରାକ ମାଧ୍ୟମରେ ତଥ୍ୟ ସମୀକ୍ଷା ଓ ତଦାରଖ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ।ବୈଠକରେ ଉପଜିଲ୍ଲାପାଳ ପରିକ୍ଷିତ ସାହୁ,ଏସିଏଫ୍ ସ୍ୱାଧୀନତା ସାହାଣୀ,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର, ଓଏଲଏମ ଡିପିଏମ ଶିଶିର ଷଡଙ୍ଗୀ,ଡିଆଇପିଆରଓ ମନୋରଞ୍ଜନ ସୂତାରଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ।








