ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସଂସ୍କୃତ ଦିବସ ସପ୍ତାହ ପାଳିତ

ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରଚାର ଉପରେ ଗୁରୁତ୍ୱାରୋପ

ରାଇକିଆ, ୩୧।୮: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ସପ୍ତାହ ଉତ୍ସାହ ସହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସଂସ୍କୃତ ଭାଷାର ଗୁରୁତ୍ୱ, ଏହାର ଐତିହ୍ୟ ଓ ଭାରତୀୟ ସଂସ୍କୃତି ସହିତ ଏହାର ନିବିଡ଼ ସମ୍ପର୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରାଧ୍ୟାପକ ଭୁବନମୋହନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ। ସେ ସଂସ୍କୃତ ଭାଷାକୁ ଭାରତୀୟ ଜ୍ଞାନ, ସାହିତ୍ୟ ଓ ସଂସ୍କୃତିର ଏକ ମୁଖ୍ୟ ଆଧାର ଭାବେ ବର୍ଣ୍ଣନା କରିବା ସହ ଏହି ପ୍ରାଚୀନ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଛାତ୍ରଛାତ୍ରୀଙ୍କୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।
ସଭାପତି ଅଧ୍ୟକ୍ଷ ଶ୍ରୀ ରଥ ନିଜ ଅଭିଭାଷଣରେ ସଂସ୍କୃତ ଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷା ସହିତ ଅନ୍ୟ ଭାରତୀୟ ଭାଷା ଓ ସଂସ୍କୃତ ଭାଷା ପ୍ରତି ମଧ୍ୟ ଆଗ୍ରହୀ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ। ଅର୍ଥନୀତି ବିଭାଗର ଅଧ୍ୟାପିକା ଗୀତାଞ୍ଜଳି ଗନ୍ତାୟତ ଏବଂ ଇତିହାସ ବିଭାଗର ଅଧ୍ୟାପିକା ଦିବ୍ୟାଜ୍ୟୋତି ମଲ୍ଲିକ ଉତ୍ସାହବର୍ଦ୍ଧକ ଅଭିଭାଷଣ ପ୍ରଦାନ କରି ସଂସ୍କୃତ ଭାଷାର ଐତିହ୍ୟ ଓ ଭାରତୀୟ ସଭ୍ୟତାରେ ଏହାର ଅବଦାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।ବକ୍ତାମାନେ କହିଥିଲେ ଯେ ସଂସ୍କୃତ କେବଳ ଏକ ପ୍ରାଚୀନ ଭାଷା ନୁହେଁ, ଏହା ଭାରତୀୟ ଜ୍ଞାନ ପରମ୍ପରା, ସାହିତ୍ୟ, ଦର୍ଶନ, ବ୍ୟାକରଣ ଓ ସଂସ୍କୃତିର ଏକ ସମୃଦ୍ଧ ଭଣ୍ଡାର। ଆଧୁନିକ ଯୁଗରେ ମଧ୍ୟ ସଂସ୍କୃତ ଭାଷାର ଅଧ୍ୟୟନ ଓ ଗବେଷଣାର ଗୁରୁତ୍ୱ ରହିଛି। ତେଣୁ ଯୁବପିଢ଼ି ଏହି ଭାଷା ପ୍ରତି ଆଗ୍ରହ ବଢ଼ାଇବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ।ସଂସ୍କୃତ ଦିବସ ସପ୍ତାହ ପାଳନ ଅବସରରେ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସ୍କୃତ ଭାଷା ପ୍ରତି ଆଗ୍ରହ ଓ ସଚେତନତା ବୃଦ୍ଧି ପାଇଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଯୋଗଦେଇଥିଲେ।କାର୍ଯ୍ୟକ୍ରମକୁ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା ମଞ୍ଜୁଳା ସାହୁ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ ଏବଂ ଇତିହାସ ବିଭାଗର ଅଧ୍ୟାପିକା ଫିର୍ଦୋଶୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଂସ୍କୃତ ଦିବସ ସପ୍ତାହ ପାଳନକୁ ସଫଳ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଲଘୁଚାପଜନିତ ବର୍ଷାରେ ରାଇକିଆ ବେହାଲ

    ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ, ଯାତାୟାତ ପ୍ରଭାବିତ ରାଇକିଆ-୩୧-୨୬-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଲାଗିରହିଛି। କେତେବେଳେ ଝିପିଝିପି ବର୍ଷା ତ ଆଉ କେତେବେଳେ ପ୍ରବଳ ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ…

    Continue reading
    ରଣବା ପଞ୍ଚାୟତରେ ଜନଶୁଣାଣୀ

    ୨୩ ଅଭିଯୋଗର ଶୁଣାଣୀ, ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ରାଇକିଆ-୩୧-୨୬-ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତ ସଭାଗୃହରେ ସୋମବାର ଜନଶୁଣାଣୀ କାର୍ଯ୍ୟକ୍ରମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ପଞ୍ଚାୟତ ଅଞ୍ଚଳର ବିଭିନ୍ନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ