ଜୁନ୍‌ରେ ଏବେ ସୁଦ୍ଧା ୪୬% ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ନାହିଁ । ଜୁନ୍‌ରେ ଏବେ ସୁଦ୍ଧା ୪୬% ନିଅଣ୍ଟିଆ ରହିଛି ବର୍ଷା । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ମୌସୁମୀ ଧୀରେ ଧୀରେ ସକ୍ରିୟ ହେବ । ୨୨ରୁ ପାଗ ବଦଳିପାରେ । ଜୁନ୍‌ ଶେଷ ସପ୍ତାହରେ (୨୫ ତାରିଖ ବେଳକୁ) ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ । କିନ୍ତୁ, ଗରମ ଓ ଗୁଳୁଗୁଳି ବଡ଼ଧରଣର ଆଶ୍ୱସ୍ତି ମିଳିବା ସମ୍ଭାବନା କମ୍‌ । ରାଜ୍ୟରେ ଏବେ ଠାଏ ଠାଏ ବର୍ଷା ହେଉଛି । ବଡ଼ ଧରଣର କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ନଥିବାରୁ ଗରମ ପ୍ରକୋପ ଜାରି ରହିଛି । ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ପ୍ରକୋପରୁ ବିଶେଷ ଆଶ୍ୱସ୍ତି ମିଳିବା ଆଶା ଦେଖା ଯାଉନି । ଚଳିତ ସପ୍ତାହ ଶେଷବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ତେବେ ମୌସୁମୀ ୨୫ ତାରିଖବେଳକୁ ସକ୍ରିୟ ହେବା ସମ୍ଭାବନା ଅଛି । ଏମିତି ହେଲେ ଜୁନ୍‌ ଶେଷ ସପ୍ତାହରେ ବର୍ଷା ପରିମାଣ ବଢ଼ିପାରେ । ୨୫ ଜୁନ୍‌ରୁ ଜୁଲାଇ ୧ ଭିତରେ ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ବିହାରରେ ମୌସୁମୀ ଆଗେଇବାକୁ ପାଗ ଅନକୂଳ ରହିପାରେ ।ଏହି ସପ୍ତାହରେ ବର୍ଷା ପରିମାଣ ଅଧିକ ରହିପାରେ । ହେଲେ ଲଗାଣ ବର୍ଷା ନେଇ କୌଣସି ପୂର୍ବାନୁମାନ କରାଯାଇନି । ଏହି ସମୟରେ ପୂର୍ବ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଦେଢ଼ରୁ ୩ ଡିଗ୍ରୀ ଅଧିକ ରହିପାରେ ।

ଏବେ ଧୀରେ ଧୀରେ ମୌସୁମୀ ଆଗେଇବ । ୨୧ ୨୨ରୁ ପାଗ ବଦଳିବା ସହ ବର୍ଷା ପରିମାଣ କିଛି ମାତ୍ରା ବଢ଼ିପାରେ । ୨୫ବେଳକୁ ଆହୁରି ଅଧିକ ବର୍ଷା ସମ୍ଭାବନା ଅଛି । ଜୁନ୍‌ ଶେଷ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏମିତି ହେଲେ ରାଜ୍ୟରେ ଭଲ ବର୍ଷା ହୋଇପାରେ । ତେବେ ବର୍ଷା ହେଲେ ବି ଗୁଳୁଗୁଳି ପ୍ରକୋପ ଜାରି ରହିପାରେ ବୋଲି ଡକ୍ଟର ସାହୁ ଆକଳନ କରିଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ବର୍ଷର ରେକର୍ଡରୁ ଜଣାଯାଇଛି, ୨୦୦୯ରେ ଦେଶରେ ସବୁଠାରୁ କମ୍‌ ବର୍ଷା ହୋଇଥିଲା । ସେଇ ବର୍ଷ ଏଲ୍‌ ନିନୋ ଦୁର୍ବଳ ଥିଲେ ମଧ୍ୟ ଦେଶରେ ୨୨% ବର୍ଷା ନିଅଣ୍ଟିଆ ଥିଲା । ସେ ବର୍ଷ ଜୁନ୍‌ରେ ୪୭% ବର୍ଷା ଅଭାବ ଥିଲା । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦% ବର୍ଷା ନିଅଣ୍ଟିଆ ରହିଛି ଦେଶରେ । ଆଗକୁ ଯଦି ଭଲ ବର୍ଷା ନ ହୁଏ, ଏ ସ୍ଥିତି ଆହୁରି ସଙ୍କଟ ସୃଷ୍ଟି କରିବ । ଅପରପକ୍ଷରେ ରାଜ୍ୟରେ ଏବେ ବି ୪୬% ନିଅଣ୍ଟିଆ ବର୍ଷା ସ୍ଥିତି ଯୋଗୁ ଚାଷ କାମ ଆଗେଇପାରୁନି । ଢେଙ୍କାନାଳ, ନୟାଗଡ଼କୁ ଛାଡ଼ିଦେଲେ ସବୁଠି ବର୍ଷା କମ୍‌ ରହିଛି । ପଶ୍ଚିମ ଓଡ଼ିଶାରେ ୫୦%ରୁ ୮୫% ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ଅଛି । ଉପକୂଳ ଓଡ଼ିଶାର ପୁରୀର ୬୫% ବର୍ଷା କମ୍‌ ରହିଛି ଆଜି ସୁଦ୍ଧା । ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ରେ ୬୦% ରୁ ୮୫% ପର୍ଯ୍ୟନ୍ତ ବର୍ଷା କମ୍‌ ହୋଇଛି ।

  • Related Posts

    ଶ୍ରୀମଦ୍ ଭାଗବତ ସପ୍ତାହ ଉଦଯାପିତ

    ନିମାପଡ଼ା: ନିମାପଡ଼ା ଏନଏସି ୯ ନଂ ୱାର୍ଡ ଅଣ୍ଢିଆସାହି ମା’ ଦକ୍ଷିଣେଶ୍ୱରୀଙ୍କ ପୀଠରେ ଶ୍ରୀମଦ୍ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଏହି ଧାର୍ମିକ ଉତ୍ସବକୁ ବାବାଜୀ ବୈକୁଣ୍ଠ ଦାସ ମହାରାଜ ଉଦ୍ଘାଟନ କରିଥିଲେ। ମା’ ଦକ୍ଷିଣେଶ୍ୱରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ…

    Continue reading
    ତ୍ରିନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

    ନିମାପଡ଼ା: ଏହି ବ୍ଲକ ଡେଣୁଅଁ ପଂଚାୟତ ଅନ୍ତର୍ଗତ ଆଳିପିଙ୍ଗଳ ଗ୍ରାମ ବାବା ବଟେଶ୍ଵର ଛକ ନିକଟରେ ତ୍ରିନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଘଣ୍ଟ,ହୁଳହୁଳି, ମନ୍ତ୍ର ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ଭକ୍ତିମୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ