ଜେଡ୍ ଇଷ୍ଟେଟ ମାଲିକଙ୍କ ବୟାନ ଉପରେ ସତ ଖୋଜିଲା ଇଡି

ଜେଡ୍ ଇଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତପନ କୁମାର ମହାନ୍ତିଙ୍କୁ ଗଣମାଧ୍ୟମରେ ବୟାନ ଦେବା ମହଙ୍ଗା ପଡ଼ିଛି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଫେମା ଆକ୍ଟ ଉଲ୍ଲଘଂନ ଅଭିଯୋଗରେ ଜେଡ୍ ଇଷ୍ଟେଟସ୍ କମ୍ପାନୀର ନିର୍ଦ୍ଦେଶକମାନଙ୍କ ସମେତ ଏହାସହ ଜଡ଼ିତ ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କ ଘର ଓ ଅଫିସରେ ସର୍ଚ୍ଚ ଅପରେସନ୍ କରାଯାଇ ହିସାବ ବହିର୍ଭୂତ ୧କୋଟି ୩୯ଲକ୍ଷ ଟଙ୍କାର ନଗଦ ଟଙ୍କା ସହ ବହୁ ଆପତ୍ତିଜନକ ଦସ୍ତାବିଜ ଜବତ କରାଯାଇଥିବା ସ୍ପଷ୍ଟ କରିଛି । ଏହି ସର୍ଚ୍ଚ ଅପରେସନ୍ ନଭେମ୍ବର ୨୨ତାରିଖରେ ଓଡ଼ିଶା, ଦିଲ୍ଲୀ ଓ ଗୁରୁଗାଓର ୯ଟି ସ୍ଥାନରେ ହୋଇଥିବା ଇଡି ସୂଚନା ଦେଇଛି । ତେବେ ଜେଡ୍ ଇଷ୍ଟେଟ୍ ପରିଚାଳନା ନିର୍ଦ୍ଦେଶକ ତପନ କୁମାର ମହାନ୍ତି ନଭେମ୍ବର ୨୩ତାରିଖରେ ଗଣମାଧ୍ୟମକୁ ବୟାନ ଦେଇ ଇଡି ସର୍ଚ୍ଚ ଅପରେସନବେଳେ ତାଙ୍କ ଘରୁ କିମ୍ବା ଅଫିସରୁ କୌଣସି ଦସ୍ତାବିଜ ଜବତ ହୋଇନଥିବା କହିବା ସହ ଇଡି ଅଧିକାରୀମାନେ ଏନେଇ ଲିଖିତ ଭାବେ ଦେଇଥିବା କହିଥିଲେ ।
ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଂଟ (ଫେମା) ଆକ୍ଟ-୧୯୯୯ ଉଲ୍ଲଘଂନ ମାମଲାରେ ଭୁବନେଶ୍ୱର ଜୋନାଲ୍ ଅଫିସ୍ ଦ୍ୱାରା ରାଜ୍ୟର ପ୍ରମୁଖ ରିଏଲ ଇଷ୍ଟେଟ୍ କମ୍ପାନୀ ଜେଡ୍ ଇଷ୍ଟେଟସ୍ ବିରୁଦ୍ଧରେ ନଭେମ୍ବର ୨୨ତାରିଖରେ ସର୍ଚ୍ଚ କରାଯାଇଥିଲା । ଜେଡ୍ ଇଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଏହା ସହଭାଗୀ କମ୍ପାନୀ ଜେଡ୍ ହର୍ଷପ୍ରିୟାର ନିର୍ଦ୍ଦେଶକମାନଙ୍କ ଓଡ଼ିଶା, ଦିଲ୍ଲୀ ଓ ଗୁରୁଗାଁଓସ୍ଥିତ ୯ଟି ସ୍ଥାନରେ ଥିବା ଘର ଓ ଅଫିସରେ ଚଢ଼ଉ କରାଯାଇଥିଲା । ବିଭିନ୍ନ ବିଦେଶୀ ସଂସ୍ଥାରୁ ରାଉଣ୍ଡଟ୍ରିପିଙ୍ଗ ମାଧ୍ୟମରେ ଜେଡ୍ ଇଷ୍ଟେଟସ୍ ପ୍ରତ୍ୟକ୍ଷ ବିଦେଶୀ ନିବେଶ ସଂଗ୍ରହ କରି ଫେମା ଆକ୍ଟ-୧୯୯୯ ଉଲ୍ଲଘଂନ କରିଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ତଦନ୍ତ କରିଥିବା କହିଛି। ବିଦେଶୀ ନିବେଶ ପାଇଁ ଜେଡ୍ ଇଷ୍ଟେଟସ୍ କମ୍ପାନୀର ସନ୍ଦେହଜନକ ଭୂମିକା ବିଶେଷକରି ହାୱାଲା କାରବାର ଓ ପାଣ୍ଠି ରାଉଣ୍ଡଟ୍ରିପିଙ୍ଗ କରିଥିବା ଆଧାରରେ ଏହି ସର୍ଚ୍ଚ ଅପରେସନ୍ କରାଯାଇଥିଲା ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତା’ର ପ୍ରେସ୍ ରିଲିଜରେ ସ୍ପଷ୍ଟ କରିଛି ।
ଅନ୍ୟପକ୍ଷରେ ଭୁବନେଶ୍ୱରର ଗାଡ଼କଣ ମୌଜାରେ ସାଧାରଣ ପ୍ରଶାସନ ବିଭାଗର ଏକ ମୂଲ୍ୟବାନ ସରକାରୀ ଜମି ଜାଲିଆତି ଅଭିଯୋଗ ମାମଲାର ଶୁଣାଣି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ମଧ୍ୟ ଶ୍ରୀ ମହାନ୍ତିଙ୍କ ଅଡ଼ୁଆ ବଢ଼ାଇଛି । ଶ୍ରୀ ମହାନ୍ତିଙ୍କ ମାଲିକାନାରେ ଥିବା ଜେଡ୍ ଇଞ୍ଜିନିୟର୍ସ କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଏକ ବୃହତ୍ ଷଡ଼ଯନ୍ତ୍ର ମାଧ୍ୟମରେ ପାୱାର ଅଫ ଆଟର୍ଣ୍ଣିଂର ଦୁରୂପଯୋଗ କରି ଭୁବନେଶ୍ୱରର ସହରର ମଧ୍ୟଭାଗରେ ସାଧାରଣ ପ୍ରଶାସନ ବିଭାଗର ମୂଲ୍ୟବାନ ଜମିକୁ ଦସ୍ତାବିଜରେ ହେରଫେର କରି ଶାଗମାଛ ଦରରେ ହାତେଇଥିବା ନେଇ କ୍ୟାପିଟାଲ ଥାନାରେ ୨୦୦୫ ମସିହା ମେ’ ୨୦ତାରିଖରେ ଏଫଆଇଆର ରୁଜୁ ହୋଇଥିଲା । ଏହି ମାମଲାରେ ମୋଟ ୧୦ଜଣ ଅଭିଯୁକ୍ତ ଥିବାବେଳେ ଜେଡ୍ ଇଷ୍ଟେଟ୍ ମାଲିକଙ୍କ ପତ୍ନୀ ନିର୍ଝରଣୀ ପଟ୍ଟନାୟକ ଓରଫ ମହାନ୍ତି ମଧ୍ୟ ଅଭିଯୁକ୍ତ ଅଛନ୍ତି । ସାଧାରଣ ପ୍ରଶାସନ ବିଭାଗର ତତକାଳୀନ ସ୍ୱତନ୍ତ୍ର ସଚିବ, କିରାଣୀ, ସବରେଜିଷ୍ଟ୍ରାର ଓ ଅନ୍ୟମାନେ ଏହି ଜାଲିଆତିରେ ସମ୍ପୃକ୍ତି ଥାଇ ୨୦୦୦ ମସିହାରେ ପ୍ରଚଳିତ ବଜାର ଦର ଏକର ପିଛା ୫୦ଲକ୍ଷ ଟଙ୍କା ଥିବାସତ୍ତ୍ୱେ ମାତ୍ର ୯ହଜାର ଟଙ୍କାରେ(ଅଣ୍ଡର ଭାଲ୍ୟୁଏସନ) ଦରରେ ଗାଡ଼କଣ ନିକଟରେ ଥିବା ପ୍ରାୟ ୩୦ଏକର ସାଧାରଣ ପ୍ରଶାସନ ବିଭାଗର ଜମିକୁ ଜେଡ୍ ଇଞ୍ଜିନିୟର୍ସ କମ୍ପାନୀ ନେଇଥିବା ଜଣାପଡ଼ିଛି । ଏହି ମାମଲାରେ ରାଜ୍ୟ ସରକାର ନିଜେ ସୁପ୍ରିମକୋର୍ଟ ଯାଇଥିଲେ ଓ ଗତ ୨୦୨୪ ଏପ୍ରିଲ ୨୬ତାରିଖରେ ହାଇକୋର୍ଟଙ୍କ ରାୟକୁ ଖାରଜ କରି କେଉଁ ପରିସ୍ଥିତିରେ ଏଭଳି ଜମି ହସ୍ତାନ୍ତର ହୋଇଛି ତା’ର ନ୍ୟାୟସଙ୍ଗତ ଯାଂଚ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ହାଇକୋର୍ଟ ତରବରିଆ ଭାବେ ନିଷ୍ପତ୍ତି ଶୁଣାଇଛନ୍ତି ବୋଲି ତାଙ୍କ ରାୟରେ ସ୍ପଷ୍ଟ କରିବା ସହ ୨୦୦୫ ମସିହାର ଏଫଆଇଆର ଉପରେ ତଳକୋର୍ଟ ବିଚାର କରି ଶୀଘ୍ର ନିର୍ଣ୍ଣୟ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଖୋଳତାଡ଼ରୁ ଜଣାପଡ଼ିଛି ଯେ, ସୁପ୍ରିମକୋର୍ଟଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ସତ୍ତ୍ୱେ ଓଡ଼ିଶା ସରକାର ବିଗତ ୬ମାସ ଧରି ଏହି ମାମଲାରେ ନିରବ ରହିଛନ୍ତି । ତଳକୋର୍ଟରେ ମାମଲାର ତ୍ୱରିତ୍ ବିଚାର ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇନଥିବା ଜଣାପଡ଼ିଛି ।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ